21.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଗାଜା ହସ୍ପିଟାଲରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା

ଗାଜା ହସ୍ପିଟାଲରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା

ବ୍ୟୁରୋ : ଗାଜା ସହରରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା। ସହରର ସବୁଠୁ ବଡ ହସ୍ପିଟାଲ କୁହାଯାଉଥିବା ଅଲ୍ ସିଫା କ୍ୟାମ୍ପସ୍ ପରିସରରେ ଏହି ସୁଡଙ୍ଗ ରହିଛି। ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ସୁଡଙ୍ଗକୁ ଠାବ କରିଛନ୍ତି। ଏହା ଆତଙ୍କବାଦୀଙ୍କ ସୁଡଙ୍ଗ ବୋଲି ଆଇଡିଏଫ୍ ଦାବି କରିଛି। ସେନା କହିଛି ଯେ, ଆଇଡିଏଫ୍ ଇଞ୍ଜିନିୟରମାନେ ସ୍ୱତନ୍ତ୍ର ଅପରେସନ୍ କରିବା ସମୟରେ ୧୦ ମିଟର ଗଭୀରରେ ଏକ ସୁଡଙ୍ଗ ଠାବ କରିଛନ୍ତି, ଯାହା ୫୫ ମିଟର ପର୍ଯ୍ୟନ୍ତ ବ୍ୟାପିଛି। ଇସ୍ରାଏଲ୍ ସୈନ୍ୟବାହିନୀକୁ କମାଣ୍ଡ ସେଣ୍ଟର୍ ଏବଂ ହାମାସର ଭୂତଳକୁ ପ୍ରବେଶ ନକରାଇ ଦେବା ପାଇଁ ହାମାସ୍ ଆତଙ୍କବାଦୀ ସଂଗଠନ ଏହି ସୁଡଙ୍ଗ କରିଥିବା ଆଇଡିଏଫ୍ ଏକ ବିବୃତ୍ତିରେ କହିଛି। କିନ୍ତୁ ସୁଡଙ୍ଗ ବାହାରେ କଣ ରହିଛି, ତାହା ପ୍ରକାଶ କରିନି ଆଇଡିଏଫ୍  ପ୍ରକାଶ ଥାଉ କି, ଗାଜା ସହରରେ ହମାସ ଓ ଇସ୍ରାଏଲ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଲାଗିରହିଛି। ଯୁଦ୍ଧକୁ ଦେଢ ମାସ ବିତି ସାରିଥିଲେ ବି କୌଣସି ସମାଧାନର ବାଟ ବାହାରି ପାରିନି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଅଲ୍ ସିଫା ହସ୍ପିଟାଲ। ଯୁଦ୍ଧ ଆରମ୍ଭର କିଛି ଦିନ ମଧ୍ୟରେ ଏହି ହସ୍ପିଟାଲ୍ ଉପରେ ଏୟାର୍ ଷ୍ଟ୍ରାଇକ୍ ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକେ ପ୍ରାଣ ହରାଇଥିଲେ। ହମାସ ସଂଗଠନ ମଧ୍ୟ ହସ୍ପିଟାଲରୁ ଶତାଧିକ ଶିଶୁ ଏବଂ ସାଧାରଣ ନାଗରିକଙ୍କୁ ଉଠାଇ ନେଇ ପଣବନ୍ଦୀ କରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking