18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଇସ୍ରାଏଲ ସେନା କବ୍ଜାରେ ଗାଜା ସଂସଦ ଭବନ: ବନ୍ଧକଙ୍କୁ ଛାଡିବା ପାଇଁ ହମାସ ଦେଲା ଅଫର

ଇସ୍ରାଏଲ ସେନା କବ୍ଜାରେ ଗାଜା ସଂସଦ ଭବନ: ବନ୍ଧକଙ୍କୁ ଛାଡିବା ପାଇଁ ହମାସ ଦେଲା ଅଫର

ଗାଜା : ଇସ୍ରାଏଲ ଏବଂ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଆଜି ୪୧ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ଇସ୍ରାଏଲି ସେନାକୁ ବଡ ସଫଳତା ମିଳିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସର ସେନା ଗାଜାରେ ହମାସର ସଂସଦ ସମେତ ଅନ୍ୟ ପ୍ରତିଷ୍ଠାନକୁ ନିଜ କବ୍ଜାକୁ ନେଇ ଯାଇଛନ୍ତି ବୋଲି ଦାବି କରିଛନ୍ତି । ନ୍ୟୁଜ ଏଜେନ୍ସି ଏଏଫପି ରିପୋର୍ଟ ଅନୁସାରେ, ଇସ୍ରାଏଲ ପକ୍ଷରୁ କୁହାଯାଇଛି, ହମାସ ଗାଜା ପଟ୍ଟି ଉପରେ ନିଜ ନିୟନ୍ତ୍ରଣ ହରାଇଛି । ଇସ୍ରାଏଲି ସେନା ସଂସଦ ସମେତ ଅନ୍ୟ ହମାସ ପରିଚାଳିତ ଅନୁଷ୍ଠାନକୁ ନିଜ କବ୍ଜାକୁ ନେଇଛନ୍ତି । ଏପରିକି ଇସ୍ରାଏଲି ସେନା ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋର ଇସ୍ରାଏଲ ସେନା ହମାସ ସଂସଦରେ ନିଜ ପତାକା ଉଡାଉଥିବା ଦେଖିବାକୁ ମିଳିଛି । ସେତିକି ନୁହେଁ, ଇସ୍ରାଏଲି ସେନାର ଜବାନ ସଂସଦରେ ସ୍ପିକରଙ୍କ ଆସନରେ ବସିଥିବା ମଧ୍ୟ ଦେଖାଯାଇଛି । ଅନ୍ୟପକ୍ଷେ ଇସ୍ରାଏଲି ସେନା ଏକ ବୟାନ ଜାରି କରି କହିଛି, ଆମ ସେନା ହମାସ ସଂସଦ ସହ ସରକାରୀ ଭବନ, ହମାସ ପୋଲିସ ମୁଖ୍ୟାଳୟ, ଏକ ଇଞ୍ଜିନିୟରିଂ ଫାକଲ୍ଟିକୁ ନିଜ କବ୍ଜାକୁ ନେଇଛନ୍ତି । ଏହି ଫାକଲ୍ଟି ଅସ୍ତ୍ରଶସ୍ତ୍ର ନିର୍ମାଣ ଏବଂ ବିକାଶ ପାଇଁ ଏକ ଅନୁଷ୍ଠାନ ଭାବେ କାମ କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking