24.6 C
Bhubaneswar
Sunday, April 12, 2026
Homeଦେଶ ବିଦେଶଗାଜାରେ ଜାରି ରହିଛି ଇ୍ରସାଏଲ୍‌ ସେନାର ଆକ୍ରମଣ ; ଏଯାବତ ଗଲାଣି ୩୭,୫୫୧ ଜୀବନ

ଗାଜାରେ ଜାରି ରହିଛି ଇ୍ରସାଏଲ୍‌ ସେନାର ଆକ୍ରମଣ ; ଏଯାବତ ଗଲାଣି ୩୭,୫୫୧ ଜୀବନ

ଯେରୁଶଲମ : ଗାଜାରେ ଜାରି ରହିଛି ଇ୍ରସାଏଲ୍‌ ସେନାର ଆକ୍ରମଣ । ଗାଜାର ଜନସାଧାରଣ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି। ନିଜ ଇଚ୍ଛାରେ ବାହାରେ ବୁଲାବୁଲି କରିପାରୁ ନାହାନ୍ତି। ଶନିବାର ଗାଜା ସହରରେ ଇସ୍ରାଏଲ ସେନାର ଆକ୍ରମଣରେ ୪୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଗାଜାପଟ୍ଟିର ଅନ୍ୟ ସ୍ଥାନରେ ୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଶନିବାର ଗୋଟିଏ ଦିନରେ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି। ଗାଜାର ୮ଟି ବଡ଼ ଶରଣାର୍ଥୀ ଶିବିରରେ ସାମିଲ ଅଲ-ଶତୀ ଉପରେ ଇସ୍ରାଏଲର ଆକ୍ରମଣରେ ୨୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ୧୮ ଜଣ ନିକଟ ଅଲ-ତୁଫାହରେ ଆକ୍ରମଣର ଶିକାର ହୋଇଛନ୍ତି। ଇସ୍ରାଏଲ ସେନା ଅନୁସାରେ ଲଢୁଆ ବିମାନ ଗାଜାପଟ୍ଟିର ସବୁଠାରୁ ବଡ଼ ସହର ଗାଜାରେ ହମାସର ୨ଟି ଠିକଣାକୁ ଟାର୍ଗେଟ କରିଛି। କିନ୍ତୁ ହମାନ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ରାଫାରେ ଇସ୍ରାଏଲ ସେନାର ଆକ୍ରମଣ ଜାରି ରହିଛି। ପାଲେଷ୍ଟାଇନ୍‌ ସେନା ସହିତ ମୁହାଁମୁହିଁ ହୋଇଛି। ଇସ୍ରାଏଲ ସେନା ଜଳ-ସ୍ଥଳ ଓ ଆକାଶରୁ ଆକ୍ରମଣ କରୁଛି। ଗାଜାରେ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ ଆକ୍ରମଣରେ ୩୭,୫୫୧ ଜଣ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking