19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ; ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୭ ମୃତ

ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ; ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୭ ମୃତ

ଗାଜା: ଯୁଦ୍ଧଗ୍ରସ୍ତ ଗାଜାରେ ଇସ୍ରାଏଲର ଭୟଙ୍କର ଏୟାରଷ୍ଟ୍ରାଇକରେ ୬ ଜଣ ଅନ୍ତରାଷ୍ଟ୍ରୀୟ ସହାୟତା କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ଅଛନ୍ତି, ତାଙ୍କର ନାମ ଜୁମି ଫ୍ରାଙ୍କକମ । ଏହି ସହାୟତା କର୍ମୀମାନେ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନର କର୍ମଚାରୀ ହୋଇଥିବା ବେଳେ ଗାଜାବାସୀଙ୍କୁ ମାନବୀୟ ଖାଦ୍ୟ ସହାୟତା ଯୋଗାଣ ପାଇଁ ସେଠାକୁ ଯାଇଥିଲେ । ଏହି ସମୟରେ ଆକାଶ ମାର୍ଗରୁ ଗାଜାରେ ଇସ୍ରାଏଲର ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

୪୩ ବର୍ଷୀୟା ଜୁମି ଫ୍ରାଙ୍କକମ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନର ସିନିୟର ମ୍ୟାନେଜର ଥିଲେ । ଯୁଦ୍ଧପ୍ରବଣ ଉତ୍ତର ଗାଜାର ଲୋକମାନଙ୍କୁ ରିଲିଫ୍ ପ୍ରଦାନ ପାଇଁ ସେ ଏକ ମିଶନରେ ସାମିଲ ଥିଲେ । ଫ୍ରାଙ୍କକମଙ୍କ ସହ ଆଉ କିଛି ଅନ୍ତରାଷ୍ଟ୍ରୀୟ ସହାୟତା କର୍ମୀ ମାନବୀୟ ଖାଦ୍ୟ ସହାୟତା ଯୋଗାଣ ଉଦ୍ଦେଶ୍ୟରେ ଉତ୍ତର ଗାଜାରେ ଯାତ୍ରା କରୁଥିଲେ । ଏହି ସମୟରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିଲା । ଫଳସୂରୁପ ସେମାନେ ଯାତ୍ରା କରୁଥିବା ଗାଡି ଆକ୍ରମଣରେ ଜଳି ଯାଇଥିଲା ।

ଏଥିରେ ଫ୍ରାଙ୍କକମଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ପାଲେଷ୍ଟାଇନ ଚାଳକ ଥିଲେ । ଏହି ଘଟଣାକୁ ସ୍ପଷ୍ଟ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ ଇସ୍ରାଏଲ ସରକାରଙ୍କ ନିନ୍ଦା କରିଛନ୍ତି । ଅଲବାନିଜ କହିଛନ୍ତି, ”ମୃତକମାନେ ଗାଜାରେ ଯୁଦ୍ଧ ପୀଡିତଙ୍କୁ ମାନବୀୟ ସହାୟତା ଯୋଗାଇ ଦେବାକୁ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ । ସେମାନଙ୍କ ଉପରେ ଏପରି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ । ଆମେ ଏହି ଦୁଃଖଦ ଘଟଣାର ଜବାବ ଚାହୁଁ, ଯାହାକି କେବେ ଘଟିବା ଉଚିତ୍ ନୁହେଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking