19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍ ଜାରି; ଧୂଳିସାତ୍ ହୋଇଗଲା ଏକମାତ୍ର କର୍କଟ ହସ୍ପିଟାଲ୍‌

ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍ ଜାରି; ଧୂଳିସାତ୍ ହୋଇଗଲା ଏକମାତ୍ର କର୍କଟ ହସ୍ପିଟାଲ୍‌

ଗାଜା: ଯେବେଠାରୁ ହମାସ ସହ ଇସ୍ରାଏଲ୍‌ର ଅସ୍ତ୍ରବିରତି ଚୁକ୍ତି ବିଫଳ ହୋଇଛି ସେବେଠାରୁ ଇସ୍ରାଏଲ୍ ସେନା ପାଲେଷ୍ଟାଇନ୍‌ର ଗାଜାଷ୍ଟ୍ରିପ୍‌ରେ ଆକ୍ରମଣକୁ ଜୋରଦାର କରିବା ଆରମ୍ଭ କରିଦେଇଛି। ଗତ ୩ଦିନ ମଧ୍ୟରେ ଏଠାରେ ଇସ୍ରାଏଲ୍ ସେନା କରିଥିବା ଏୟାରଷ୍ଟ୍ରାଇକ୍ ଯୋଗୁ ପ୍ରାୟ ୫୦୦ ପାଲେଷ୍ଟାଇନୀୟ ନାଗରିକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ସଂଖ୍ୟକ ଗୁରୁତର ଆହତ ହୋଇଛନ୍ତି। ସବୁଠୁ ବଡ଼କଥା ହେଉଛି ଆହତଙ୍କୁ ଭର୍ତ୍ତି କରିବା ପାଇଁ ମଧ୍ୟ ଏବେ ଏଠାରେ ଆଉ କୌଣସି ହସ୍ପିଟାଲ ନାହିଁ। ଇସ୍ରାଏଲ୍ ସେନାର ବୋମାବର୍ଷୀ ଆକ୍ରମଣରେ ଗାଜାଷ୍ଟ୍ରିପ୍‌ରେ ୯୦% ହସ୍ପିଟାଲ, ସ୍କୁଲ କଲେଜ୍ ଏବଂ ଲୋକଙ୍କ ଘରଦ୍ୱାର ସବୁନଷ୍ଟ ହୋଇସାରିଛି। ଏହାକୁ ନେଇ ମିଳିତ ଜାତିସଂଘ, ବିଶ୍ୱ ମାନବାଧିକାର ଆୟୋଗଙ୍କ ପକ୍ଷରୁ ପ୍ରତିବାଦ ତଥା ନିନ୍ଦା କରାଯାଇଥିଲେ ମଧ୍ୟ ଇସ୍ରାଏଲ୍ ଏସବୁକୁ କର୍ଣ୍ଣପାତ କରିନାହିଁ। ଓଲଟା ଇସ୍ରାଏଲ୍ ସେନା ନିଜ ଆକ୍ରମଣକୁ ଜାରି ରଖିଛି।

ଶୁକ୍ରବାର ଇସ୍ରାଏଲୀ ସେନା କେନ୍ଦ୍ରୀୟ ଗାଜାରେ ଥିବା ତୁର୍କିୟେ-ପାଲେଷ୍ଟାଇନ୍ ଫ୍ରେଣ୍ଡସିପ୍ ନାମକ ଏକ କର୍କଟ ହସ୍ପିଟାଲ ଉପରେ ଆକ୍ରମଣ କରି ଏହାକୁ ଧ୍ୱଂସ କରିଦେଇଛି। ଗାଜାରେ କର୍କଟ ରୋଗର ଚିକିତ୍ସା ପାଇଁ ଏହା ଏକମାତ୍ର ହସ୍ପିଟାଲ ଥିଲା। ପ୍ରତିବର୍ଷ ଏଠାରେ ୧୦ ହଜାର କର୍କଟ ରୋଗୀଙ୍କ ଚିକିତ୍ସା କରାଯାଉଥିଲା। କିନ୍ତୁ ଏବେ ଏହି କ୍ୟାନ୍‌ସର ସେଣ୍ଟର ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶିଯାଇଛି। ପ୍ରକାଶ, ଏହି ହସ୍ପିଟାଲକୁ ନିର୍ମାଣ କରିବା ପାଇଁ, ତୁର୍କୀ ୨୦୧୭ରେ ପାଲେଷ୍ଟାଇନ୍‌କୁ ପ୍ରାୟ ୩୪ ନିୟୁତ ଡଲାରର ସହାୟତା ପ୍ରଦାନ କରିଥିଲା। ଅକ୍ଟୋବର ୨୦୨୩ରେ ଇସ୍ରାଏଲ ସେନା ଆକ୍ରମଣରେ ହସ୍ପିଟାଲର ଅନେକ ବିଲ୍ଡିଂ ବହୁ ପୂର୍ବରୁ ହିଁ ନଷ୍ଟ ହୋଇସାରିଥିଲା। କିନ୍ତୁ ଯାହା ଯେମିତି ହସ୍ପିଟାଲ କାର୍ଯ୍ୟକ୍ଷମ ରହିଥିବା ବେଳେ ଏବେ କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ତେବେ ଇସ୍ରାଏଲର ଏହି ଆକ୍ରମଣରେ କିଛି ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଥିଲେ ମଧ୍ୟ ସଠିକ୍ ସଂଖ୍ୟା ସାମ୍ନାକୁ ଆସିପାରିନାହିଁ। ଏହି ହସ୍ପିଟାଲକୁ ହମାସ୍ ଉଗ୍ରବାଦୀ ସଂଗଠନର ଲଢ଼ୁଆ ସେନାନୀମାନେ ଏକ କମାଣ୍ଡ ସେଣ୍ଟର ଭାବରେ ବ୍ୟବହାର କରୁଥିଲେ ବୋଲି ଇସ୍ରାଏଲ ପାଲଟା ଅଭିଯୋଗ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking