ତେଲ୍ ଆଭିଭ: ଇସ୍ରାଏଲ ଗାଜାରେ ତୃତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ କରିବ ବୋଲି ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାମରିକ ଅଭିଯାନ ହାମାସ୍ର ଭିତ୍ତିଭୂମି ନଷ୍ଟ କରିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ‘କମ୍ ତୀବ୍ରତାରେ ଅପରେସନ୍’ ଅନ୍ତର୍ଭୁକ୍ତ ଥିଲା । କିନ୍ତୁ, ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ଆକ୍ରମଣରେ ଗାଜା ଉପତ୍ୟକାରେ ଜୀବନ ପ୍ରତି ଇସ୍ରାଏଲ୍ର ଦାୟିତ୍ୱ ହଟାଇବା ଏବଂ ଇସ୍ରାଏଲ୍ ନାଗରିକଙ୍କ ପାଇଁ ଏକ ନୂତନ ନିରାପତ୍ତା ବାସ୍ତବତା ପ୍ରତିଷ୍ଠା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଇସ୍ରାଏଲ୍ର ସାମରିକ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ୧୪ତମ ଦିନରେ ପ୍ରବେଶ କରିଥିବା ଏହି ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିବ, ଲଢ଼େଇ କଷ୍ଟକର ଏବଂ ତୀବ୍ର ହେବ । ତେବେ ହାମାସ୍ ବିପକ୍ଷରେ ଇସ୍ରାଏଲ୍ ଯୁଦ୍ଧ ଜିତିବ ବୋଲି ସେମାନେ ଆଶାବାଦୀ ଅଛନ୍ତି ।ତେଲ୍ ଆଭିଭ: ଇସ୍ରାଏଲ ଗାଜାରେ ତୃତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ କରିବ ବୋଲି ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାମରିକ ଅଭିଯାନ ହାମାସ୍ର ଭିତ୍ତିଭୂମି ନଷ୍ଟ କରିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ‘କମ୍ ତୀବ୍ରତାରେ ଅପରେସନ୍’ ଅନ୍ତର୍ଭୁକ୍ତ ଥିଲା । କିନ୍ତୁ, ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ଆକ୍ରମଣରେ ଗାଜା ଉପତ୍ୟକାରେ ଜୀବନ ପ୍ରତି ଇସ୍ରାଏଲ୍ର ଦାୟିତ୍ୱ ହଟାଇବା ଏବଂ ଇସ୍ରାଏଲ୍ ନାଗରିକଙ୍କ ପାଇଁ ଏକ ନୂତନ ନିରାପତ୍ତା ବାସ୍ତବତା ପ୍ରତିଷ୍ଠା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଇସ୍ରାଏଲ୍ର ସାମରିକ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ୧୪ତମ ଦିନରେ ପ୍ରବେଶ କରିଥିବା ଏହି ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିବ, ଲଢ଼େଇ କଷ୍ଟକର ଏବଂ ତୀବ୍ର ହେବ । ତେବେ ହାମାସ୍ ବିପକ୍ଷରେ ଇସ୍ରାଏଲ୍ ଯୁଦ୍ଧ ଜିତିବ ବୋଲି ସେମାନେ ଆଶାବାଦୀ ଅଛନ୍ତି ।