33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଇସ୍ରାଏଲ-ଗାଜା ଯୁଦ୍ଧ ଯୋଗୁଁ ବଢିବ ସୁନା, ରୁପା ଦର

ଇସ୍ରାଏଲ-ଗାଜା ଯୁଦ୍ଧ ଯୋଗୁଁ ବଢିବ ସୁନା, ରୁପା ଦର

ମୁମ୍ବାଇ : ଇସ୍ରାଏଲ ଓ ଗାଜାରେ ଯୁଦ୍ଧର ପ୍ରଭାବ ଏବେ ସୁନା ଓ ରୂପା ବଜାରରେ ଦେଖିବାକୁ ମିଳୁଛି । ନିବେଶକମାନେ ଷ୍ଟକ ବଜାରରୁ ନିଜର ନିବେଶ ପ୍ରତ୍ୟାହାର କରି ସୁନାରେ ସୁରକ୍ଷିତ ନିବେଶ କରିବାର ସମ୍ଭାବନା ଥିବାରୁ ସୁନା ଚାହିଦା ବୃଦ୍ଧି ପାଇଛି । ଫଳରେ  ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନ ହେଲା ହ୍ରାସ ପାଉଥିବା ସୁନା ଦର ହଠାତ ବଢିବା ଆରମ୍ଭ କରିଛି ।
ଜଣେ ଟ୍ରେଡରଙ୍କ ମତରେ, ଇସ୍ରାଏଲରେ ଯୁଦ୍ଧ ପରେ ସୁନା ଓ ରୂପାର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଭାରତରେ ପର୍ବପର୍ବାଣୀ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଭାରତରେ ଏହି ଧାତୁର ଚାହିଦା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ଫଳରେ ସୁନା ଓ ରୂପା ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିପାରେ ।
ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ବୁଲିଅନ୍ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୬,୫୩୯ ଟଙ୍କା, ୨୨ କ୍ୟାରେଟ ସୁନା ମୂଲ୍ୟ ୫୧,୭୯୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୨,୪୦୪ ଟଙ୍କା ରହିଛି । ସେହିପରି ରୁପା କିଲୋଗ୍ରାମ ପିଛା ୬୭,୦୯୫ ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking