ନୂଆଦିଲ୍ଲୀ : ଗୋଟିଏ ଦିନରେ ଇସ୍ରାଏଲ ହରାଇଲା ୨୪ ସୈନ୍ୟ । ସେମାନଙ୍କ ଭିତରେ ୨୧ ଜଣ ରିଜର୍ଭ ଥିଲେ ଏବଂ କେନ୍ଦ୍ରୀୟ ଗାଜାରେ ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଛନ୍ତି । ଗାଜାରେ ଗ୍ରାଉଣ୍ଡ ଅପରେସନ୍ ପରେ ଇସ୍ରାଏଲ୍ ସୈନ୍ୟ ପାଇଁ ଏହା ସବୁଠୁ ବଡ଼ ସାମରିକ କ୍ଷତି । କେନ୍ଦ୍ରୀୟ ଗାଜାରେ ହମାସ ଆତଙ୍କବାଦୀଙ୍କ ଭିତ୍ତିଭୂମି ଓ ବିଲଡିଂକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ୍ ସୈନ୍ୟ ବିସ୍ଫୋରକ ବିଛାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏତିକିବେଳେ ଗୋଟିଏ ବିଲଡିଂକୁ ହିଟ୍ କରିଥିଲା ଗୋଟିଏ ରକେଟ ଚାଳିତ ଗ୍ରେନେଡ। ଏହାପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପରେ ଆଉ ଗୋଟିଏ ରକେଟ୍ ଚାଳିତ ଗ୍ରେନେଡ଼ ଆଇଡିଏଫର ଟ୍ୟାଙ୍କ ଉପରେ ମାତ୍ର ହୋଇଥିଲା । ଦୁଇଟି ବିସ୍ଫୋରଣରେ ନିହତ ହୋଇଛନ୍ତି ୨୪ ସୈନ୍ୟ । ପାଲେଷ୍ଟାଇନ ଯୋଦ୍ଧା ରକେଟ ମାଡ଼ କରିଥିବା ସନ୍ଦେହ କରାଯାଉଛି ଘଟଣାର ତଦନ୍ତ କରୁଛି ଆଇଡିଏଫ୍ରା ଅକ୍ଟୋବର ୭ରେ ହମାସ ଆକ୍ରମଣ ପରେ ସ୍ଥାନାନ୍ତର ହୋଇଥିବା ଦକ୍ଷିଣ ଇସ୍ରାଏଲ ନାଗରିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରିବା ଅପରେସନରେ ଏହି ସୈନ୍ୟ ସାମିଲ ଥିଲେ ।