26.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶଇସ୍ରାଏଲ-ହମାସ ଯୁଦ୍ଧ ଭୟାବହତା: ଗାଜାରେ ପ୍ରାଣ ହରାଇ ସାରିଲେଣି ୧୦୨ ଜାତିସଂଘ ସଦସ୍ୟ

ଇସ୍ରାଏଲ-ହମାସ ଯୁଦ୍ଧ ଭୟାବହତା: ଗାଜାରେ ପ୍ରାଣ ହରାଇ ସାରିଲେଣି ୧୦୨ ଜାତିସଂଘ ସଦସ୍ୟ

ଇସ୍ରାଏଲ: ଗତମାସ ୭ ତାରିଖରୁ ଗାଜାରେ ଇସ୍ରାଏଲ ସେନା ଜାରି ରଖିଥିବା ସାମରିକ ଅପରେସନରେ ଏବେ ସୁଦ୍ଧା ମୋଟ ୧୦୨ ଜଣ ଜାତିସଂଘ ସଦସ୍ୟଙ୍କ ମୃତ୍ୟୁ ହୋଇସାରିଲାଣି । ଜାତିସଂଘର ମାନବୀୟ ସହାୟତା ପ୍ରଦାନ ଓ ରିଲିଫ ମିଶନରେ ଏମାନେ ନିୟୋଜିତ ଥିଲେ । ତେବେ ସଂଘର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧୦୨ ଜଣ ପ୍ରାଣ ହରାଇଥିବା ବେଳେ ୨୭ ଜଣ ଆହତ ହୋଇଥିବା ଗାଜାରେ ନିୟୋଜିତ ଥିବା ଜାତିସଂଘର ଏକ ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପାଲେଷ୍ଟାଇନ ଶରଣାର୍ଥୀଙ୍କ ରିଲିଫ ଓ ଥଇଥାନ ପାଇଁ କାମ କରୁଥିବା ଜାତିସଂଘ ସଂସ୍ଥାର ତଥ୍‌ଯ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଗାଜାରେ ହୋଇଥିବା ଇସ୍ରାଏଲୀ ଏୟାର ଷ୍ଟ୍ରାଇକ୍ରେ ସଂସ୍ଥାର ଜଣେ ପ୍ରତିନିଧି ଓ ତାଙ୍କର ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ଶହେ ପାର କରିସାରିଛି । ସଂସ୍ଥା ଆହୁର ମଧ୍ୟ କହିଛି, କୌଣସି ଅନ୍ତର୍ଜାତୀୟ ସଙ୍କଟ ସମୟରେ ଏହା ହେଉଛି ସର୍ବାଧିକ ଜାତିସଂଘ ସଦସ୍ୟଙ୍କ ପ୍ରାଣହାନୀ ଘଟଣା । ସୋମବାର ବିଶ୍ୱର ବିଭିନ୍ନ ଦେଶରେ ଥିବା ଜାତିସଂଘ କାର୍ଯ୍ୟାଳୟରେ ଶୋକ ପାଳନ କରାଯିବା ସହ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଗତମାସ ୭ ତାରିଖରେ ଗାଜାରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ‘ହମାସ’ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ କରିବା ପରେ ଏହାର ପ୍ରତିଜବାବରେ ଇସ୍ରାଏଲ ସେନା ଅପରେସନ ‘ଆଇରନ ସୋଡ’ ଆରମ୍ଭ କରିଥିଲା । ଯାହା ଗତ ଏକମାସରୁ ଅଧିକ ସମୟ ଧରି ଜାରି ରହିଛି ।

ଗାଜା ପଟିରେ ଏବେ ସୁଦ୍ଧା ପ୍ରାୟ ୧୧ ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଏଥିମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଯାହାକୁ ନେଇ ଜାତିସଂଘ ଉଦବେଗ ପ୍ରକାଶ କରିଛି । ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଥିଲେ ସୁଦ୍ଧା ଏହାକୁ ଇସ୍ରାଏଲ କାର୍ଯ୍ୟକାରୀ କରିବା ପାଇଁ ସ୍ପଷ୍ଟ ମନା କରିସାରିଛି । ଜଣେ ହେଲ ହମାସ ଆତଙ୍କୀ ଜୀବିତ ଥିବା ଯାଏଁ ଅପରେସନ ବନ୍ଦ କରାଯିବନି ବୋଲି କହି ସାରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ହମାସର ସର୍ବାଧିକ ନିୟନ୍ତ୍ରଣ ଥିବା ଉତ୍ତର-ଗାଜାରେ ଏବେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି । ଏକାଧିକ ସୁଦୀର୍ଘ ବଙ୍କରରେ ହମାସ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ଏବେ ଉତ୍ତର ଗାଜାରେ ସାମରିକ ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking