ଗୋଆ : ସ୍ଥାନୀୟ ତିଲକ ମୈଦାନରେ ଗୁରୁବାର ଏସ୍ସି ଇଷ୍ଟ ବେଙ୍ଗଲ ଓ ଜାମସେଦପୁର ଏଫ୍ସି ମଧ୍ୟରେ ଖେଳାଯାଇଥିବା ଆଇଏସ୍ଏଲ୍-୭ର ୨୩ତମ ମ୍ୟାଚ୍ ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଛି । ପଏଣ୍ଟ୍ ଭାଗ ହେବାରୁ ଇଷ୍ଟ୍ ବେଙ୍ଗଲ୍ ତା’ର ପଏଣ୍ଟ୍ ଖାତା ଖୋଲିଛି । ଅନ୍ୟପକ୍ଷରେ ଜାମସେଦପୁର ପଞ୍ଚମ ମ୍ୟାଚ୍ରେ ତୃତୀୟ ଥର ପଏଣ୍ଟ୍ ଭାଗ କରିଛି । ୨୪ତମ ମିନିଟ୍ରେ ୟୁଗେନ୍ସନ୍ ଲିଙ୍ଗ୍ଡୋଙ୍କୁ ରେଫରି ରେଡ୍ କାର୍ଡ ଦେବାରୁ ଅବଶିଷ୍ଟ ମ୍ୟାଚ୍କୁ ଇଷ୍ଟ ବେଙ୍ଗଲ ୧୦ ଜଣ ଖେଳାଳିରେ ଖେଳିଥିଲା । କିନ୍ତୁ ଜାମସେଦପୁର ଏହାର ଫାଇଦା ନେଇପାରି ନ ଥିଲା । ନିର୍ଦ୍ଧାରିତ ସମୟ ପରେ ଅତିରିକ୍ତ ସମୟରେ ବି ସ୍ଥିତି ବଦଳି ନ ଥିଲା । ଶୁକ୍ରବାର ପ୍ରତିଯୋଗିତାର ପରବର୍ତ୍ତୀ ମ୍ୟାଚ୍ଟି ଫତୋର୍ଦା ଷ୍ଟାଡିୟମ୍ଠାରେ ଏଟିକେଏମବି ଓ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ଖେଳାଯିବ ।