21.1 C
Bhubaneswar
Thursday, December 11, 2025
Homeଖେଳବିଳମ୍ବିତ ହେବ ଈଶାନ୍ କିଶନ୍‌ଙ୍କ ପ୍ରତ୍ୟାବର୍ତ୍ତନ

ବିଳମ୍ବିତ ହେବ ଈଶାନ୍ କିଶନ୍‌ଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ:  ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ରହିଥିବା ଈଶାନ୍ କିଶନ୍ ନିକଟରେ ଦୁଲୀପ୍ ଟ୍ରଫି ୨୦୨୪ ଖେଳୁଥିବା ଦେଖିବାକୁ ମିଳିଥିଲା । ଟୁର୍ଣ୍ଣାମେଣ୍ଟ୍‌ର ଦୁଇଟି ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ଏକ ଶତକ ମଧ୍ୟ ବାହାରିଥିଲା । ଏହା ତାଙ୍କର ଟିମ୍ ଇଣ୍ଡିଆକୁ ଫେରିବା ବାଟ ପ୍ରାୟତଃ ପରିଷ୍କାର କରିଥିଲେ ମଧ୍ୟ ତାଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ଟିମ୍ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ଏହାପରେ ଅକ୍ଟୋବର ୬ରୁ ଉଭୟ ଟିମ୍ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବ ।  ଦୁଲୀପ୍ ଟ୍ରଫିରେ ଶତକ ହାସଲ କରିଥିବା ଈଶାନ୍ କିଶନ୍‌ଙ୍କୁ ଏହି ସିରିଜ୍‌ରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା । ମାତ୍ର ଏବେ ତାଙ୍କୁ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାଯାଇଛି ।
ଲକ୍ଷ୍ନୌର ଇକାନା ଷ୍ଟାଡିୟମ୍‌ରେ ଅକ୍ଟୋବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଇଣାନୀ କପ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଈଶାନ୍ କିଶନ୍‌ଙ୍କୁ ଅବଶିଷ୍ଟ ଭାରତ ଟିମ୍‌ରେ ସାମିଲ କରାଯାଇଥିବା ବେଳେ ସଞ୍ଜୁ ସାମ୍‌ସନ୍‌ଙ୍କୁ ଟିମ୍‌ରୁ ବାହାରେ ରଖାଯାଇଛି । ଇରାନ୍ କପ୍ ଶେଷ ହେବାର ପରଦିନ ହିଁ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବ । ଇରାନୀ କପ୍‌କୁ ଦୃଷ୍ଟିରେ ରଖି ସଞ୍ଜୁ ସାମ୍‌ସନ୍‌ଙ୍କୁ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଛି । ସଞ୍ଜୁ ଦୁଲୀପ୍ ଟ୍ରଫିର ଚାରିଟି ଇନିଂସ୍‌ରେ ଚମତ୍କାର ବ୍ୟାଟିଂ କରି ୧୯୬ ରନ୍ କରିଥିଲେ । ଅବଶ୍ୟ ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ସଞ୍ଜୁଙ୍କ ବ୍ୟାଟ୍ ଚୁପ୍ ରହିଥିଲା । ତାଙ୍କୁ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା ଏବଂ ଦୁଇଟି ଯାକ ମ୍ୟାଚ୍‌ରେ ସେ ଶୂନ୍ୟରେ ଆଉଟ୍ ହୋଇଥିଲା । ଅନ୍ୟପକ୍ଷରେ ଈଶାନ୍ ଟିମ୍ ଇଣ୍ଡିଆ ପକ୍ଷରୁ ୨୦୨୩ ନଭେମ୍ବରରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେ ମଧ୍ୟ ନିଜ ଶେଷ ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଏପରି ସ୍ଥିତିରେ ବାଂଲାଦେଶ ବିପକ୍ଷ ସିରିଜ୍‌ରେ କାହାକୁ ସୁଯୋଗ ମିଳୁଛି ଦେଖିବା ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking