ନୂଆଦିଲ୍ଲୀ: ବେଳେ ବେଳେ ଆପଣ ଏଟିଏମରୁ ଟଙ୍କା ବାହର କରିବା ବେଳେ ଚିରାଫଟା ନୋଟ ବାହାରିଥାଏ । ଏହାକୁ ନେଇ ଲୋକମାନେ ବେସ ଚିନ୍ତା ମଧ୍ୟ କରିଥାନ୍ତି । କାରଣ ଏଟିଏମ ଭିତରକୁ ସେହି ଟଙ୍କା ଫେରିପାରବ ନାହିଁ । କିମ୍ବା ବଜାରରେ କେହି ଏହାକୁ ନେବେ ନାହିଁ । ଯଦି ଆପଣ କେବେହେଲେ ଏଭଳି ଅସୁବିଧାର ସାମ୍ନା କରୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଏଭଳି ଚିରାଫଟା ନୋଟକୁ ବଦଳାଇବାର ଦାୟିତ୍ୱ ବ୍ୟାଙ୍କ ଉପରେ ରହିଛି । ଏଟିଏମରୁ ବାହାରଥିବା ଚିରାଫଟା ନୋଟକୁ ନେଇ ଆପଣ ସିଧା ବ୍ୟାଙ୍କରେ ପହଞ୍ଚନ୍ତୁ । ଆସନ୍ତୁ ଜାଣିବା ନୋଟ ବଦଳାଇବାପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ । ଏହା ପାଇଁ କଣ ରହିଛି ନିୟମ?
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ନିୟମ କରିଛି । ନିୟମ ଅନୁସାରେ ବ୍ୟାଙ୍କ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ମନାକରିପାରିବେ ନାହିଁ । ଆପଣ ଅତି ସହଜରେ ଏହାକୁ ବଦଳାଇପାରିବୋ ଆପଣଙ୍କୁ ଏଥିପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ୨୦୧୬ ଜୁଲାଇରେ ରିଜର୍ଭ ବ୍ୟାଙ୍କ ଏକ ସର୍କୁଲାର ଜାରିକରିଥିଲା । ଏଥିରେ କୁହାଯାଇଥିଲା ଯେ ଯଦି ବ୍ୟାଙ୍କ ନୋଟ ପରିବର୍ତ୍ତନ କରିବା ପାଇଁ ମନାକରିଦିଏ ତେବେ ଏହା ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହେବ । ଏହି ନିୟମ ସବୁ ବ୍ୟାଙ୍କ ଉପରେ ଲାଗୁ ହେବ । ରିଜର୍ଭ ବ୍ୟାଙ୍କ ଅନୁସାରେ ଯଦି ଏଟିଏମରୁ ଖରାପ କିମ୍ବା ନକଲି ନୋଟ ବାହାରିଥାଏ ତେବେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟାଙ୍କର । ଯଦି କୌଣସି ବି ନୋଟ ଖରାପ ବାହାରିଥାଏ ତାର ଯାଞ୍ଚ ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା କରାଯିବା ଦରକାର । ଯଦି ନୋଟର ସିରିଏଲ ନଂ, ମହାତ୍ମା ଗାନ୍ଧୀଙ୍କ ୱାଟରମାର୍କ ଏବଂ ଗଭର୍ଣ୍ଣରଙ୍କ ଦସ୍ତଖତ ଥିଲେ ବ୍ୟାଙ୍କ କୌଣସି ବି ପରିସ୍ଥିତିରେ ଏହା ବଦଳାଇବାକୁ ବାଧ୍ୟ ।
ବେଳେ ବେଳେ ଆପଣ ଏଟିଏମରୁ ଟଙ୍କା ବାହର କରିବା ବେଳେ ଚିରାଫଟା ନୋଟ ବାହାରିଥାଏ । ଏହାକୁ ନେଇ ଲୋକମାନେ ବେସ ଚିନ୍ତା ମଧ୍ୟ କରିଥାନ୍ତି । କାରଣ ଏଟିଏମ ଭିତରକୁ ସେହି ଟଙ୍କା ଫେରିପାରବ ନାହିଁ । କିମ୍ବା ବଜାରରେ କେହି ଏହାକୁ ନେବେ ନାହିଁ । ଯଦି ଆପଣ କେବେହେଲେ ଏଭଳି ଅସୁବିଧାର ସାମ୍ନା କରୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଏଭଳି ଚିରାଫଟା ନୋଟକୁ ବଦଳାଇବାର ଦାୟିତ୍ୱ ବ୍ୟାଙ୍କ ଉପରେ ରହିଛି । ଏଟିଏମରୁ ବାହାରଥିବା ଚିରାଫଟା ନୋଟକୁ ନେଇ ଆପଣ ସିଧା ବ୍ୟାଙ୍କରେ ପହଞ୍ଚନ୍ତୁ । ଆସନ୍ତୁ ଜାଣିବା ନୋଟ ବଦଳାଇବାପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ । ଏହା ପାଇଁ କଣ ରହିଛି ନିୟମ?