27.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଇସ୍ରାଏଲକୁ ଇରାନର କଡା ଚେତାବନୀ : ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନକଲେ ପରିଣାମ ଭୟଙ୍କର...

ଇସ୍ରାଏଲକୁ ଇରାନର କଡା ଚେତାବନୀ : ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନକଲେ ପରିଣାମ ଭୟଙ୍କର ହେବ

ଇସ୍ରାଏଲ:ଇସ୍ରାଏଲକୁ ଇରାନର କଡା ଚେତାବନୀ । ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନକଲେ ପରିଣାମ ଭୟଙ୍କର ହେବ ବୋଲି ତେହେରାନ ଚେତାବନୀ ଦେଇଛି । ଏପରରିକି ବାଧ୍ୟ ହୋଇ ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ବୋଲି ଇରାନ କହିଛି । ଏନେଇ ଇରାନର ବୈଦେଶିକ ମନ୍ତ୍ରୀ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି । ଏଯାଏଁ ଇସ୍ରାଏଲ-ହମାସ୍ ଯୁଦ୍ଧରେ ଇରାନ ସିଧାସଳଖ ଭାବେ ସାମିଲ ହୋଇ ନାହିଁ ।

ହେଲେ ଇସ୍ରାଏଲକୁ ବାରମ୍ବାର ଇରାନ ସମାଲୋଚନା କରିଆସୁଛି । ଇସ୍ରାଏଲ-ଇରାନ ପରସ୍ପର ଶତ୍ରୁ ରାଷ୍ଟ୍ର । ଆତଙ୍କୀ ଗୋଷ୍ଠୀ ହମାସକୁ ଇରାନ ସବୁପ୍ରକାର ସହାୟତା ଯୋଗାଇ ଆସୁଛି । ତେଣୁ ହମାସର ଆକ୍ରମଣ ପଛରେ ଇରାନର ହାତ ଥିବା ମଧ୍ୟ ଅଭିଯୋଗ ହେଉଛି । ହେଲେ ଯୁଦ୍ଧରେ ସିଧାସଳଖ ସାମିଲ ହେବାରୁ ଇରାନ ଦୂରେଇ ରହିଛି । ହେଲେ ଏହି ଚେତାବନୀ ଯୁଦ୍ଧକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି ।

ଅନ୍ୟପଟେ ଗାଜା ସୀମାରେ ଟ୍ୟାଙ୍କ ଜମା କରିଛି ଇସ୍ରାଏଲ । ଫଳରେ କୌଣସି ମୁହୂର୍ତରେ ଗାଜାରେ ସ୍ଥଳଭାଗରେ ଆକ୍ରମଣ କରିପାରେ ଇସ୍ରାଏଲ । ଗାଜାରେ ବିମାନ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଏସବୁ ଭିତରେ ଗାଜାରେ ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପହଂଚିଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଇସ୍ରାଏଲ ଗସ୍ତରେ ଯାଉଛନ୍ତି । ପୂର୍ବରୁ ଆମେରିକା ରାଷ୍ଟପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଇସ୍ରାଏଲ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଥିଲେ । ଯୁଦ୍ଧ ଆରମ୍ଭରୁ ଆମେରିକା ଦୃଢ଼ କଣ୍ଠରେ କହିସାରିଛି ଯେ, ଏହା ଇସ୍ରାଏଲ ସହ ଅଛି । ନିଜ ଆତ୍ମରକ୍ଷା ପାଇଁ ଇସ୍ରାଏଲ ପଦକ୍ଷେପ ନେବା ଠିକ୍ ବୋଲି ଆମେରିକା କହିଆସିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking