32.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଇରାକରେ ପଶି ଇରାନର ମିସାଇଲ ଷ୍ଟ୍ରାଇକ, ୪ ମୃତ

ଇରାକରେ ପଶି ଇରାନର ମିସାଇଲ ଷ୍ଟ୍ରାଇକ, ୪ ମୃତ

ଇରବିଲ୍‌: ଇରାକରେ ପଶି ଇରାନର ମିସାଇଲ ଷ୍ଟ୍ରାଇକ । ସୋମବାର ବିଳମ୍ବିତ ରାତିରେ ଇରାକର ଅର୍ଦ୍ଧ ସ୍ୱୟଂଶାସିତ ଅଞ୍ଚଳ କୁର୍ଦିସ୍ତାନର ରାଜଧାନୀ ଆର୍ବିଲଠାରେ ଆମେରିକାର ବାଣିଜ୍ୟ ଦୂତାବାସ ନିକଟରେ ଏକାଧିକ ମିଶାଇଲ ମାଡ ହୋଇଛି । ଇରାନ ରେଭୁଲ୍ୟୁସନାରୀ ଗାର୍ଡ୍ସ କର୍ପ୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆକ୍ରମଣ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଏବଂ ଇରାନ ବିରୋଧି ଆତଙ୍କବାଦୀ ସଂଗଠନମାନଙ୍କ ଆଡ୍ଡା ଉପରେ କରାଯାଇଥିବା ଇରାନ ରେଭୁଲ୍ୟୁସନାରୀ ଗାର୍ଡ୍ସ କର୍ପ୍ସ ପକ୍ଷରୁ କୁହାଯାଇଛି । କୁର୍ଦିସ୍ତାନ ସିକ୍ୟୁରିଟି କାଉନସିଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏହି ଆଟାକରେ ଦେଶର ପ୍ରମୁଖ ବ୍ୟବସାୟୀ ପେଶ୍ରା ଦିଜାୟୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଇରାକ ସଂସଦର ଜଣେ ପୂର୍ବତନ ସଦସ୍ୟ ମଶାନ ଅଲ-ଜାବୌରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି କରିଛନ୍ତି ଯେ, ଏହି ଷ୍ଟ୍ରାଇକ ବେଳେ ଗୋଟିଏ ମିଶାଇଲ ତାଙ୍କ ଘର ପାଖରେ ପାଖରେ ପଡିଥିଲା ଏବଂ ତାଙ୍କ ଘର ପାଖରେ ଜଣେ ପ୍ରତିଷ୍ଠିତ ସ୍ଥାନୀୟ ବ୍ୟବସାୟୀ ପେଶ୍ରା ଦିଜାୟୀଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ଆମେରିକା ବାଣିଜ୍ୟ ଦୂତାବାସ ନିକଟରେ ପାଖାପାଖି ୮ଟି ସ୍ଥାନରେ ହୋଇଥିବା ଜଣାପଡିଛି । ତେବେ ଏଥିରେ ଆମେରିକୀୟଙ୍କ କୌଣସି କ୍ଷତି ହୋଇନାହିଁ । ଅନ୍ୟପଟେ ଏରବିଲରେ ବିମାନ ସେବା ବନ୍ଦ ରହିଛି । ଇରାନ ରେଭୋଲୁସନାରୀ ଗାର୍ଡ ପକ୍ଷରୁ ସୂଚନା ଜାରି ଅନୁଯାଯୀ, ଇରାନୀ ବିରୋଧି ଆତଙ୍କବାଦୀ ଆଡ୍ଡା ଓ କୁର୍ଦିସ୍ତାନର ରାଜଧାନୀ ଆର୍ବିଲରେ ଇସ୍ରାଏଲ ଗୁଇନ୍ଦା ମୁଖ୍ୟାଳୟ ଉପରେ ଏହି ଆକ୍ରମଣ କରାଯାଇ ସେଗୁଡିକ ନଷ୍ଟ କରାଯାଇଥିବା ଦାବି କରାଯାଇଛି । ଇରାନ ରେଭୋଲୁସନାରୀ ଗାର୍ଡ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି, ଏହି ଆକ୍ରମଣ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking