26.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶଇରାନରେ ହିଜାବ ନିୟମ; ଡ୍ରେସ କୋଡର ଉଲ୍ଲଂଘନ କଲେ ମିଳିବ ମୃତ୍ୟୁ ଦଣ୍ଡ

ଇରାନରେ ହିଜାବ ନିୟମ; ଡ୍ରେସ କୋଡର ଉଲ୍ଲଂଘନ କଲେ ମିଳିବ ମୃତ୍ୟୁ ଦଣ୍ଡ

ତେହେରାନ: ଇରାନ ଏହାର କଠୋର ନିୟମ ପାଇଁ ବେଶ୍ ଜଣାଶୁଣା। ସୂଚନାଯୋଗ୍ୟ, ଇରାନ ହିଜାବ ସମ୍ବନ୍ଧରେ ନୂତନ ନିୟମ ଲାଗୁ କରିଛି ଯାହା ବିବାଦର କାରଣ ପାଲଟିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବର ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ। ନୂତନ ଆଇନର ଧାରା ୬୦ ଅନୁଯାୟୀ ଦୋଷୀ ମହିଳାଙ୍କୁ ଜୋରିମାନା, ଚାପୁଡ଼ା କିମ୍ବା କଠୋର ଜେଲ ଦଣ୍ଡ ଦିଆଯାଇପାରେ।

ଯଦି ଜଣେ ମହିଳା ଏହି ନିୟମକୁ ଏକାଧିକ ଥର ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୧୫ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ମୃତ୍ୟୁଦଣ୍ଡ ଭୋଗିବାକୁ ପଡିପାରେ। ଏହା ବ୍ୟତୀତ ଇରାନ କର୍ତ୍ତୃପକ୍ଷ ମଧ୍ୟ ଏକ ବିବାଦୀୟ ହିଜାବ କ୍ଲିନିକ ଖୋଲିବାକୁ ଘୋଷଣା କରିଛନ୍ତି ଯାହାର ଉଦ୍ଦେଶ୍ୟ ହିଜାବର ନିୟମକୁ କାର୍ଯ୍ୟକାରୀ କରିବା। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଯଦି କୌଣସି ବିଦେଶୀ ଗଣମାଧ୍ୟମ କିମ୍ବା ସଂଗଠନ ଇରାନରେ ହିଜାବ ବିରୋଧୀ ମତ ପ୍ରଚାର କରନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଏବଂ୧୨,୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ। ଆହୁରି ମଧ୍ୟ, ଯଦି କେହି ଜଣେ ମହିଳା ଗିରଫ କରିବାରେ ଅଟକାଇବାକୁ କିମ୍ବା ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯିବ। ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଭଳି ଲୋକଙ୍କୁ ସିଧାସଳଖ ଜେଲରେ ରଖାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking