27.1 C
Bhubaneswar
Saturday, December 13, 2025
Homeଦେଶ ବିଦେଶଟ୍ରମ୍ପଙ୍କୁ ମାରିବାକୁ ଷଡଯନ୍ତ୍ର କରୁଥିଲା ଇରାନ !

ଟ୍ରମ୍ପଙ୍କୁ ମାରିବାକୁ ଷଡଯନ୍ତ୍ର କରୁଥିଲା ଇରାନ !

ୱଶିଂଟନ୍‌: ଆମରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଥିବା ବେଳେ ନିର୍ବାଚନୀ ସଭାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ସାରା ବିଶ୍ୱରେ ଆଲୋଚନା ସୃଷ୍ଟି କରିଛି । ତେବେ ଏହି ହତ୍ୟା ଉଦ୍ୟମର ଅଭିଯୁକ୍ତ ମାତ୍ର ୨୦ବର୍ଷୀୟ ଛାତ୍ର ଭାବେ ଚିହ୍ନଟ ହେବା ଏକାଧିକ ପ୍ରଶ୍ନ ସାମ୍ନାକୁ ଆସିଥିଲା । ଏବେ ଆଉ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଟ୍ରମ୍ପଙ୍କୁ ମାରିବାକୁ ଇରାନ ପକ୍ଷରୁ ବିପଦ ଥିଲା । ଇରାନ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନାରେ ଥିଲା ଓ ଏ ସମ୍ପର୍କିତ ସୂଚନା ଆମେରିକୀୟ ଗୁଇନ୍ଦା ସଂସ୍ଥା ‘ସିକ୍ରେଟ ସର୍ଭିସ’ ନିକଟରେ ମଧ୍ୟ ଥିଲା ବୋଲି ଜଣାପଡିଛି । ଏନେଇ ସଂସ୍ଥାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ପ୍ରକାଶ କରିବା ପରେ ଟ୍ରମ୍ପଙ୍କ ହତ୍ୟା ଉଦ୍ୟମ ମାମଲାରେ ଇରାନର ଭୂମିକା ସନ୍ଦେହଘେରକୁ ଆସିଛି ।

ସିକ୍ରିଟ ସର୍ଭିସର ଅଧିକାରୀ ଜଣକ କହିଛନ୍ତି, ଟ୍ରମ୍ପଙ୍କୁ ଇରାନ ହତ୍ୟା କରିବାକୁ ଚାହୁଁଥିବା ନେଇ ସେମାନଙ୍କୁ କୌଣସି ସୂତ୍ରରୁ ଅଗଷ୍ଟ ମାସରେ ଜଣାପଡିଥିଲା । ଟ୍ରମ୍ପ ଓ ତାଙ୍କ ଟିମକୁ ନିର୍ବାଚନୀ ସଭା କିମ୍ବା କୌଣସି ସାଧାରଣ ସ୍ଥାନରେ ଆକ୍ରମଣ ହୋଇପାରେ ବୋଲି ଇନପୁଟ ସୂଚନା ମିଳିବା ପରେ ଆମେରିକା ସିକ୍ରେଟ ସର୍ଭିସ ଟ୍ରମ୍ପଙ୍କ ସୁରକ୍ଷା ବଢାଇବା ସହ ତାଙ୍କ କାର୍ଯ୍ୟକ୍ରମ ଉପରେ ମଧ୍ୟ କଡା ନଜର ରଖିଥିଲା । ଶନିବାର ଟ୍ରମ୍ପଙ୍କୁ ଗୁଳି ଚଳାଇଥିବା ୨୦ ବର୍ଷୀୟ ଅଭିଯୁକ୍ତର ସମ୍ପୃକ୍ତି ଇରାନ କିମ୍ବା ସେହି ପ୍ରସଙ୍ଗ ସହ ଅଛି ବୋଲି ସଂସ୍ଥା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଏହି ହତ୍ୟା ଉଦ୍ୟମରେ ଇରାନର ଭୂମିକା କୌଣସି ଦିଗରୁ ସାମ୍ନାକୁ ଆସିନାହିଁ ।

ମାତ୍ର ପୂର୍ବରୁ ହତ୍ୟା ଉଦ୍ୟମ ନେଇ ଇନପୁଟ ସୂଚନା ମିଳିବା ଖବର ସାମ୍ନାକୁ ଆସିବା ପରେ ପୂର୍ବତନ ଇରାନୀୟ କମାଣ୍ଡରଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଏବେ ପୁଣି ଚର୍ଚ୍ଚାରେ ରହିଛି । ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ଜେନେରାଲ ସୁଲେମାମୀ ଥିଲେ ଇରାନ ସେନାର ଜଣେ ଶୀର୍ଷ କମାଣ୍ଡର । ଇରାନ ସଶସ୍ତ୍ର ବଳ ‘ରିଭୋଲୁସନାରୀ ଗାର୍ଡ’ର ଜଣେ ଶୀର୍ଷ କମାଣ୍ଡର ଥିଲେ ସୁଲେମାନୀ । ଇରାନର ସର୍ବୋଚ୍ଚ ନେତା ଅହେତୁଲ୍ଲା ଖାମନେଇଙ୍କ ପରେ ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ତାଙ୍କର ପରିଚୟ ଥିଲା । ସେ ଇରାନର ଖୁର୍ଦ୍ଦିସ ଫୋର୍ସର ସୁପ୍ରିମ କମାଣ୍ଡର ଥିଲେ । ଏହି ସଂଗଠନକୁ ଆମେରିକା ଓ ଅନ୍ୟ ଉରୋପୀୟ ଦେଶମାନେ ଆତଙ୍କୀ ଗୋଷ୍ଠୀ ଘୋଷଣା କରିଛନ୍ତି । ୨୦୨୦ ମସିହା ଜାନୁୟାରୀ ୩ ତାରିଖରେ ଇରାକ ରାଜଧାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡ୍ରୋନ୍ ଆକ୍ରମଣରେ ଜେନେରାଲ୍ ସୁଲେମାନୀଙ୍କର ମୃତ୍ୟୁ ଘଟିଥିଲା । ବିମାନ ବନ୍ଦରରେ ଅବତରଣ କରିବା ପରେ ସେ ତାଙ୍କ ସହକର୍ମୀ ମହଡି ଅଲ-ମୁହାନ୍ଦିସଙ୍କ ସହ ଏକ କାରରେ ଯାଉଥିବା ବେଳେ ଅତ୍ୟାଧୁନିକ ଆମେରିକୀୟ ଗଛ-୯ ରେପର ଡ୍ରୋନ ମାଧ୍ୟମରେ ତାଙ୍କ କାରକୁ ଟାର୍ଗେଟ କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking