27.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କଲା ଇରାନ୍‌

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କଲା ଇରାନ୍‌

ନୂଆଦିଲ୍ଲୀ: ୧୨ ଦିନ ହେବ ଇରାନ୍‌-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଜଳୁଥିଲା ମଧ୍ୟପ୍ରାଚ୍ୟ । ହେଲେ ଦୀର୍ଘ ୧୨ ଦିନ ପରେ ଯୁଦ୍ଧରେ ଯବନିକା ପଡ଼ିଥିଲା । ହେଲେ ଲାଗୁଛି ଏବେ ବି କିଛି ଗଡ଼ବଡ଼ ଅଛି । ଏବେ ବି ଇରାନ୍ ଚୁପ ବସିନାହିଁ । ତିକ୍ତତା ଏବେ ବି ଲାଗି ରହିଛି । ଇରାନ୍‌, ଇସ୍ରାଏଲ ଓ ଆମେରିକା ମଧ୍ୟରେ କିଛି ଠିକ୍‌ ନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କରିଛି ଇରାନ୍ । ଇରାନ୍‌ ଶୀର୍ଷ ସିୟା ଧର୍ମଗୁରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କରିଛନ୍ତି । ଏଥିରେ ସେ ଦୁହିଁଙ୍କୁ ଇଶ୍ୱରଙ୍କ ଶତ୍ରୁ ବୋଲି କହିଛନ୍ତି । ସମସ୍ତ ମୁସଲମାନ ସମ୍ପ୍ରଦାୟଙ୍କୁ ଏକାଠୀ ହେବାକୁ କହିଛନ୍ତି । ଇରାନ୍‌ ବିରୋଧରେ ଆକ୍ସନ ନେଇଥିବା ଆମେରିକା ଏବଂ ଇସ୍ରାଏଲକୁ ଉଚିତ୍‌ ଶିକ୍ଷା ଦେବାକୁ ପଡ଼ିବ ବୋଲି କହିଛନ୍ତି ।

ଇରାନ୍‌ ଶୀର୍ଷ ସିୟା ଧର୍ମଗୁରୁ ଆୟାତୁଲ୍ଲା ନାସର ମକରମ୍‌ ସିରାଜି କହିଛନ୍ତି, ଟ୍ରମ୍ପ ଓ ନେତାନ୍ୟାହୁଙ୍କୁ କହିଛନ୍ତି,ସେମାନଙ୍କୁ ଅନୁତାପ କରିବା କଥା । ଦୁଇଜଣ ଆଲ୍ଲାଙ୍କ ଶତ୍ରୁ । ଯଦି ଜଣେ ବ୍ୟକ୍ତି ମରଜାଙ୍କୁ ଧମକ ଦିଅନ୍ତି ତାଙ୍କୁ ମୋହରେବ ବୋଲି କୁହାଯାଏ । ମୋହରେବ ସେହି ବ୍ୟକ୍ତି ହୋଇଥାନ୍ତି ଯିଏ ଇଶ୍ୱରଙ୍କ ବିରୋଧରେ ଯୁଦ୍ଧ କରେ । ଇରାନ୍‌ ଆଇନ୍ ମୁତାବିକ ଏମିତି ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ଦରକାର । ଫତୱାରେ ଆହୁରି କୁହାଯାଇଛି କି,”ଯଦି କୌଣସି ମୁସଲିମ କିମ୍ବା ଇସଲାମିକ ରାଷ୍ଟ୍ର ସେହି ଶତ୍ରୁମାନଙ୍କୁ ସମର୍ଥନ କରେ,ତେବେ ଦୋଷୀ ବୋଲି ବିବେଚନା କରାଯିବ । ଏହି ଶତ୍ରୁମାନଙ୍କୁ ଅନୁତାପ କରିବା ଆବଶ୍ୟକ । ଯଦି କୌଣସି ମୁସଲମାନ ତାଙ୍କର କର୍ତ୍ତବ୍ୟ ପାଳନ କରନ୍ତି ତେବେ ସେ ପରମେଶ୍ୱରଙ୍କ ରାସ୍ତାରେ ଜଣେ ଯୋଦ୍ଧା ଭାବରେ ଜଣାଯିବେ ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking