18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଇକ୍‌ବାଲ ମିର୍ଚି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପତ୍ତିି ଜବତ

ଇକ୍‌ବାଲ ମିର୍ଚି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପତ୍ତିି ଜବତ

ନୂଆଦିଲ୍ଲୀ : ଇକ୍‌ବାଲ ମିର୍ଚି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏନ୍‌ସିିପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ସମ୍ପତ୍ତିକୁ ଜବତ କରାଯାଇଛି । ମୁମ୍ବାଇର ବିଳାସପୂର୍ଣ୍ଣ ୱର୍ଲି ଅଞ୍ଚଳରେ ଥିବା ସିଜେ ହାଉସ ଆପାର୍ଟମେଣ୍ଟର ଚାରିଟି ମହଲାରେ ଥିବା ପଟେଲଙ୍କ ଫ୍ଲାଟ୍‌ଗୁଡିକୁ ଜବତ କରାଯାଇଛି । ଖୁବଶୀଘ୍ର ଏହି ଫ୍ଲାଟଗୁଡିକୁ ଖାଲି କରିବାକୁ ପଟେଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଇଡି ପକ୍ଷରୁ ଗତବର୍ଷ ଏହି ଆପାର୍ଟମେଣ୍ଟରେ ଥିବ ଇକ୍‌ବାଲ ମିର୍ଚିଙ୍କ ଦୁଇଟି ଫ୍ଲାଟକୁ ଜବତ କରାଯାଇସାରିଛି ।

ୟୁପିଏ ସରକାରରେ ପଟେଲ ବେସାମରିକ ବିମାନ ଚଳାଚଳ ଓ ଭାରୀ ଶିଳ୍ପ ମନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ । ସୂଚନାଯୋଗ୍ୟ ଇକ୍‌ବାଲ ମିର୍ଚିର ପ୍ରକୃତ ନାମ ହେଉଛି ମହମ୍ମଦ ଇକ୍‌ବାଲ ମେମନ୍ । ଯେହେତୁ ଇକ୍‌ବାଲର ଲଙ୍କା ଓ ମସଲାଗୁଣ୍ଡ ବ୍ୟବସାୟ ଥିଲା, ସେହିଦୃଷ୍ଟିରୁ ଲୋକେ ତାକୁ ‘ମିର୍ଚି’ ଆଖ୍ୟା ଦେଇଥିଲେ । ଇକ୍‌ବାଲ ଜଣେ କୁଖ୍ୟାତ ନିଶା ବେପାରୀ ହୋଇଥିବାବେଳେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ପାଇଁ କାମ କରୁଥିଲା । ନବେ ଦଶକରେ ନିଶା କାରବାର, ବଟି ଆଦାୟ ଭଳି ଘୃଣ୍ୟ ଉପାୟରେ ଅଜସ୍ର ଅର୍ଥ ରୋଜଗାର କରିଥିବା ଇକ୍‌ବାଲ ମୁମ୍ବାଇ ଓ ଅନ୍ୟ ସହରରେ କୋଠାବାଡି କିଣିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking