18.1 C
Bhubaneswar
Saturday, November 23, 2024
Homeଅପରାଧସାଇବର ଠକଙ୍କ ଜାଲରେ ଆଇପିଏସ ଅଫିସରଙ୍କ ପତ୍ନୀ

ସାଇବର ଠକଙ୍କ ଜାଲରେ ଆଇପିଏସ ଅଫିସରଙ୍କ ପତ୍ନୀ

ଦିଲ୍ଲୀ : ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀ ଖାଇଗଲେ ଧୋକା। ଆକାଉଣ୍ଟରେ କଳାକନା ବୁଲାଇଦେଲେ ସାଇବର ଠକ । କେବଳ ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀ ନୁହନ୍ତି, ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ବି ଗାଏବ ହୋଇଗଲା ଟଙ୍କା । ସାଇବର ଲୁଟେରା ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଏପରି ଏକ ଚକିତ କରିବା ପରି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏନେଇ ଦିଲ୍ଲୀ ସାଇବର ସେଲ୍‌ରେ ମାମଲ ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଲିଖିତ ଅଭିଯୋଗ ଅନୁଯାୟୀ, ଆଇପିଏ ଅଫିସରଙ୍କ ପତ୍ନୀ ନିଜ ଘରର ପୁରୁଣା ଫର୍ଣ୍ଣିଚର ବିକ୍ରି କରିବାକୁ ଅନଲାଇନ୍‌ ବିଜ୍ଞାପନ ଦେଇଥିଲେ। ଏହାପରେ ତାଙ୍କ ନିକଟରୁ ଏକ କଲ୍‌ ଆସିଥିଲା। ଅପରପାର୍ଶ୍ୱର ବ୍ୟକ୍ତିଜଣକ ନିଜକୁ ବାଙ୍ଗାଲୁରର ଏକ ଫର୍ଣ୍ଣିଚର ଶୋ’ରୁମର ମାଲିକ ରାହୁଲ ବୋଲି ପରିଚୟ ଦେଇଥିଲେ। ଏହାପରେ ବିଶ୍ୱାସ ଜନ୍ମାଇ ସେ ଆଇପିଏ ଅଫିସରଙ୍କ ପତ୍ନୀ ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟ ନମ୍ବର ହାତେଇ ନେଲେ। ଏହାପରେ ମହିଳାଙ୍କ ଆକାଉଣ୍ଟରୁ ୧.୦୭ ଲକ୍ଷ ଟଙ୍କା ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି।  ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ପାରିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking