25.1 C
Bhubaneswar
Monday, October 21, 2024
Homeଖେଳଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ଉନ୍ମୋଚିତ

ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ଉନ୍ମୋଚିତ

ମୁମ୍ବାଇ: ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଆସନ୍ତା ୩୧ରୁ ଆରମ୍ଭ ହେଉଥିବା ବେଳେ ଏଥିସକାଶେ ଶୁକ୍ରବାର ୫ ଥରର ଚାମ୍ପିଅନ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଶାନ୍ତନୁ ଓ ନିଖିଲ ଯୋଡ଼ି ଏହି ଜର୍ସିର ଡିଜାଇନ୍ କରିଥିବା ବେଳେ ଏଥିରେ ଦଳର ପାରମ୍ପରିକ ନୀଳ ଓ ସ୍ୱର୍ଣ୍ଣିମ ରଙ୍ଗ ସ୍ଥାନ ପାଇଛି ।

ତେବେ ପ୍ରଥମ ଥର ପାଇଁ ଦଳର ପ୍ରଶଂସକମାନଙ୍କ ସକାଶେ ଏହି ଜର୍ସିରେ ସେମାନଙ୍କ ନାମ ଓ ପସନ୍ଦର ନମ୍ବର ଲେଖିବା ସକାଶେ ବନ୍ଦୋବସ୍ତ କରାଯାଇଛି । ଜର୍ସି ଉନ୍ମୋଚନ ସମ୍ପର୍କରେ ଦଳର ମୁଖପାତ୍ର କହିଛନ୍ତି ଯେ ଗତ ୧୫ ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଅସଂଖ୍ୟ ପ୍ରଶଂସକ ଯୋଡ଼ି ହୋଇଛନ୍ତି । ସେମାନଙ୍କ ଭାବନା ଓ ଚିନ୍ତାଧାରାରେ ମୁମ୍ବାଇ ଇଣ୍ଡିଆନ୍ସ ସମୃଦ୍ଧ ହେବା ସହ ସେମାନଙ୍କୁ ପ୍ରେରିତ କରିବା ସକାଶେ ଉଦ୍ୟମ କରିଆସିଛି । ପ୍ରଶଂସକମାନଙ୍କର ଦଳ ସହ ଅନେକ କିଛି ସ୍ମରଣୀୟ ମୁହୂର୍ତ୍ତ ରହିଛି ।

ଦଳ ପ୍ରତି ପ୍ରଶଂସକମାନଙ୍କର ଭଲ ପାଇବା ଜର୍ସି ମାଧ୍ୟମରେ ପ୍ରତିଫଳିତ ହୋଇଆସିଛି । ବିଗତ ସଂସ୍କରଣ ପ୍ରତି ଆଗାମୀ ସଂସ୍କରଣରେ ମଧ୍ୟ ପ୍ରଶଂସକମାନଙ୍କର ଭଲ ପାଇବା ଓ ବିଶ୍ୱାସ ସହ ଦଳର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବେ ବୋଲି ମୁଖପାତ୍ର ଜଣକ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking