ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ପାଇଁ କୁବଶୀଘ୍ର ଆରମ୍ଭ ହେବ ମିନି ଅକ୍ସନ । ଏହି ନିଲାମୀରେ ନିଜ ଭାଗ୍ୟ ପରୀକ୍ଷା କରିବେ ବିଭିନ୍ନ ଦେଶର ମୋଟ ୪୦୫ ଖେଳାଳି । ତେବେ ଏହି ଖେଳାଳିମାନଙ୍କ ତାଳିକାରେ ସବୁଠୁ ବୟସ୍କ ଖେଳାଳି ଭାବେ ନାଁ ରେଜିଷ୍ଟର କରିଛନ୍ତି ଷ୍ଟାର ଲେଗ ସ୍ପିନର ଅମିତ ମିଶ୍ରା । ତେବେ ଆପଣ ଜାଣିଛନ୍ତି କି ଏହି ସିଜନରେ ସର୍ବ କନିଷ୍ଠ ଭାବେ ନାଁ ରେଜିଷ୍ଟର କରିଥିବା ଖେଳାଳି କିଏ ଏବଂ କେଉଁ ଦେଶର?
ଆସନ୍ତା ଆଇପିଏଲ-୨୦୨୩ ସିଜନରେ ଟୁର୍ଣ୍ଣାମେଣ୍ଟକୁ ଜଣେ ସର୍ବକନିଷ୍ଠ କ୍ରିକେଟର ମିଳିପାରନ୍ତି । ତେବେ ସେକେବଳ ଆସନ୍ତା ସିଜନର ନୁହେଁ ବରଂ ଆଇପିଏଲ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବରେ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରି କରିପାରନ୍ତି । ଆଫଗାନିସ୍ତାନର ୧୫ ବର୍ଷୀୟ ଆଲ୍ଲାହ ମହମ୍ମଦ ଘଜନଫର ଆସନ୍ତା ସିଜନ ପାଇଁ ଆଇପିଏଲ ନିଲାମୀରେ ଭାଗ ନେଇଛନ୍ତି । ଲିଗରେ ତାଙ୍କର ବେସ ପ୍ରାଇସ ରହିଛି ୨ ଲକ୍ଷ ଟଙ୍କା । ତେବେ ନିଲାମୀରେ କେଉଁ ଫ୍ରାଞ୍ଚାଇଜି ଏହି ମିଷ୍ଟ୍ରି ସ୍ପିନରଙ୍କୁ ନିଜ ଦଳରେ ସାମିଲ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରକାଶ ଥାଉ କି, ୪୦୫ ଖେଳାଳି ନିଲାମୀରେ ଭାଗ ନେଇଥିବା ବେଳେ ଆସନ୍ତା ସିଜନ ପାଇଁ ମାତ୍ର ୮୭ଟି ସ୍ଲଟ ଉପଲବ୍ଧ ରହିଛି ।
▶️ Youngest Player in IPL 2023 – Allah Mohammad Ghazanfar (Afghanistan)
▶️Oldest Player in IPL Auction 2023- Amit Mishra (India)#Cricket #Cricketnews #IPL #IPL2023 #IPLAuction #IPLnews #AmitMishra #AllahMohammad #IPLt20 pic.twitter.com/4UIeuQDBrR— CricInformer(Cricket News & Fantasy Tips) (@CricInformer) December 14, 2022
ଟିମ ଇଣ୍ଡିଆର ଷ୍ଟାର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ନିଜ ଆଇଡଲ ବୋଲି କହିଛନ୍ତି ଘଜନଫର । ତେବେ ଭାରତରେ ଭାଷାଗତ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସେ ପ୍ରକାଶ କରିଛନ୍ତି । ଆଫଗାନିସ୍ତାନର ରାଶିଦ ଖାନ ଏବଂ ମହମ୍ମଦ ନାବିଙ୍କ ପରି ସେ ହିନ୍ଦୀ ଭାଷାକୁ ସହଜରେ ବୁଝିପାରନ୍ତି ନାହିଁ କିମ୍ବା କହିପାରନ୍ତି ନାହିଁ । ତେବେ ଆନ୍ତା ଡିସେମ୍ବର ୨୩ ତାରିଖ ଆଇପିଏଲ ମିନି ଅକ୍ସନରେ ତାଙ୍କର ଭାଗ୍ୟ ପରୀକ୍ଷା ହେବ ।