ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସିଜନ ଲାଗି ଖେଳାଳି ନିଲାମୀ ବେଙ୍ଗାଲୁରୁରେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ। ବିସିସିଆଇ ପକ୍ଷରୁ ଏହାର ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଏହା ଜଣାଯାଇଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ବିସିସିଆଇ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି । ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ଦଳକୁ ନଭେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ଖେଳାଳି ତାଲିକା ଦାଖଲ କରିବାକୁ କୁହାଯାଇଛି ।୨୦୨୩ ଆଇପିଏଲ୍ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ଗୋଟିଏ ଟିମ୍ ନିଜ ଘରୋଇ ମାଟିରେ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଗ୍ରାଉଣ୍ଡରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ୨୦୨୨ରେ ଫ୍ରାଞ୍ଚାଇଜ୍ ଙ୍କ ଲାଗି ୯୦ କୋଟି ଟଙ୍କା ନିଲାମୀ ଲାଗି ରଖାଯାଇଥିଲା। କିନ୍ତୁ ଏଥର ଏହା ୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ମେଗା ଅକ୍ସନ ହୋଇଥିଲାବେଳେ ଏଥର ମିନି ଅକ୍ସନ ହେବ।