18.1 C
Bhubaneswar
Tuesday, November 19, 2024
Homeଖେଳଆଇପିଏଲ ଇତିହାସରେ ଇଶାନ କିଶନ ଦ୍ୱିତୀୟ ମହଙ୍ଗା ଭାରତୀୟ, ୧୫.୨୫ କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ଇତିହାସରେ ଇଶାନ କିଶନ ଦ୍ୱିତୀୟ ମହଙ୍ଗା ଭାରତୀୟ, ୧୫.୨୫ କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟମ ଲିଗର ମେଗା ନିଲାମ ବର୍ତ୍ତମାନ ବେଙ୍ଗାଲୁରୁରେ ଚାଲିଛି । ସକାଳୁ ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ଅନେକ ଭାରତୀୟ ଓ ବିଦେଶୀ ଖେଳାଳୀଙ୍କ ନାମ ଲାଗି ସାରିଛି ଓ ଟିମରେ ନିଜ ପସନ୍ଦ ଅନୁସାରେ ଖେଳାଳୀ ବିକ୍ରି ହୋଇଛନ୍ତି । ନିଲାମ ମଧ୍ୟରେ କିଚି ଏମିତି ଖେଳାଳୀ ବି ଅଛନ୍ତି, ଯାହାଙ୍କୁ ନିଜ ଦକ୍ଷତା ଅନୁସାରେ ଟଙ୍କା ମିଳିନାହିଁ । ଯେତେବେଳେ କି କିଛି ଯୁବ ଖେଳାଳୀଙ୍କୁ ଭାରି ମାତ୍ରାରେ ପଇସା ମିଳିଛି । ତେବେ ଆଶ୍ଚର୍ଯ୍ୟକର କଥା ହେଲା, ଅଭିଜ୍ଞ ଖେଳାଳୀଙ୍କୁ ପ୍ରଥମ ଦିନରେ କେହି କ୍ରେତା ମିଳିନାହାନ୍ତି । ତେବେ ଚାଲନ୍ତୁ ଜାଣିବା କିଏ କେତେ ଟଙ୍କାରେ ବିକ୍ରି ହୋଇଛନ୍ତି ।
ଇଶାନ କିଶନଙ୍କୁ ୧୫.୨୫ କୋଟି ଟଙ୍କାରେ ରେକର୍ଡ ନିଲାମ ଡାକି ମୁମ୍ବାଇ ଇଣ୍ଡିଆନ କିଣିଛି । ଡୀପକ ଚହରଙ୍କୁ ୧୪ କୋଟିରେ ନିଲାମ ଡାକି ଚେନ୍ନାଇ ସୁପର କିଙ୍ଗସ କିଣିଛି । ସେହିପରି ଶାର୍ଦ୍ଦୁଳ ଠାକୁର ୧୦.୭୫ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ, ବାନିନ୍ଦୁ ହସରଙ୍ଗାଙ୍କୁ ୧୦.୭୫ କୋଟିରେ ଆରସିବି, ନିକୋଲସ ପୁରନଙ୍କୁ ୧୦.୭୫ କୋଟିରେ ସନରାଇଜର୍ସ ହାଇଦ୍ରାବାଦ, ପ୍ରସିଦ୍ଧ କୃଷ୍ଣାଙ୍କୁ ୧୦ କୋଟିରେ ରାଜସ୍ଥାନ ରୟାଲ୍ସ, ଲକି ଫଗ୍ୟୁରସନଙ୍କୁ ୧୦ କୋଟିରେ ଗୁଜୁରାତ ଟାଇଟନ୍ସ କିଣିଛି ।
ଅନ୍ୟପଟେ ଭୁବନେଶ୍ୱର କୁମାରଙ୍କୁ ୪.୨୦ କୋଟିରେ ସନରାଇଜର୍ସ ହାଇଦ୍ରାବାଦ, ମନିଷ ପାଣ୍ଡେଙ୍କୁ ୪.୬୦ କୋଟିରେ ଲଖନଉ ସୁପର ଜଏଣ୍ଟସ , ଡବନ ବ୍ରାବୋଙ୍କୁ ୪.୪୦ କୋଟିରେ ଚେନ୍ନାଇ ସୁପର କିଙ୍ଗସ, ମୋହମ୍ମଦ ଶାମୀଙ୍କୁ ୬.୨୫ କୋଟିରେ ଗୁଜୁରାତ ଟାଇଟନ୍ସ ଏବଂ ଆର ଅଶ୍ୱିନୀଙ୍କୁ ୫ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି ।
ଆଫଗାନିସ୍ତାନର ଷ୍ଟାର ଅଲରାଉଣ୍ଡର ମୋହମ୍ମଦ ନବୀ, ଅଷ୍ଟ୍ରେଲିଆ ଋ ୱିକେଟ କିପରମ୍ୟାଥ୍ୟୁ ବେଡ, ଭାରତୀୟ ୱିକେଟ କିପର ରିଦ୍ଧିମାନ ସାହାଙ୍କୁ କୌଣସି କ୍ରେତା ମିଳିନାହାନ୍ତି । ଏହାବ୍ୟତୀତ ମିଷ୍ଟର ଆଇପିଏଲ ନାମରେ ଜଣାଶୁଣା ସୁରେଶ ରୈନା, ଷ୍ଟ୍ରଲିଆ କ୍ରିକେଟର ଷ୍ଟିଭ ସ୍ମିଥ, ବାଙ୍ଗଲାଦେଶ ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହସନ ଓ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କୁ ବି କୌଣସି କ୍ରେତା ମିଳିଲେ ନାହିଁ । ତେବେ ଏବେ ଏମାନଙ୍କ ନିକଟରେ ଆଉ ଗୋଟିଏ ସୁଯୋଗ ରହିଛି ।
ତେବେ ଆଇପିଏଲ ନିଲାମ ବେଳେ ଘଟିଥିଲା ଅଘଟଣ । ନିଲାମ ହେଉଥିବା ବେଳେ ବେହୋସ ହୋଇଯାଇଥିଲେ ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ । ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ଅଚେତା ହୋଇପଡଥିବା ଜଣାପଡିଛି । ଏବେ ଆଇପିଏଲ ନିଲାମ ମଝିରେ ବନ୍ଦ ହୋଇଛି । ଅକ୍ସନର ହଗ୍ ଏଡମୀଡସ୍ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ତେବେ ଆଇପିଏଲ ନିଲାମ ପୁଣିଥରେ ଆରମ୍ଭ ହେବ କି ନାହିଁ ସେ ନେଇ ସୂଚନା ମିଳିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking