!
ଯାଜପୁର (ଓଏନଏ) : ଆଜି ଯାଜପୁର ଜିଲ୍ଲା ଆଇ ଏନ ଟି ୟୁ ସି ର କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଆଇ ଏନ ଟି ୟୁ ସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଥିଲା !ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପଡିରହିଥିବା ଅଭିଯୋଗ ଓ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନ ରେ ବିଳମ୍ବ ସର୍ବପରି ବିଭିନ୍ନ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଙ୍କ ନାମ ପଞ୍ଜିକୃତ ନ କରିବା, ଦୀର୍ଘଦିନ ଧରି କାର୍ଯ୍ୟରତ ଶ୍ରମିକ ମାନଙ୍କ ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ ନ କରିବା ଯୋଗୁଁ ଶ୍ରମିକ ମାନେ ରାତ୍ରି ଯାପନ କରିବା ନିମନ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ କୁ ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା !କଳିଙ୍ଗନଗର ଶିଳ୍ପାଞ୍ଚଳ ର ନୀଳାଚଳ ଇସ୍ପାତ ନିଗମ ମେସ୍କୋ ଷ୍ଟିଲ କର୍ମଚାରୀ ମାନେ ୧ ବର୍ଷ ଧରି ଦରମା ନ ପାଇ ଅଭାବ ଅନାଟନ ରେ ଦିନ କାଟୁଥିବା ବେଳେ ଅନେକ ମୃତ୍ୟବରଣ କଲେଣି, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଙ୍କ ନୀରବତା ଯୋଗୁଁ ଗୋଟେ ପରେ ଗୋଟେ ଶିଳ୍ପ ବନ୍ଦ ହେବା ଦ୍ୱାରା ୧ ବର୍ଷ ମଧ୍ୟରେ 15 ହଜାର ରୁ ଉର୍ଦ୍ଧ ଶ୍ରମିକ ନିଜ ନିଜର ଜୀବିକା ହରାଇବାକୁ ବସିଲେଣି !ଏହାକୁ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଅପ୍ରେଲ ଶେଷ ସୁଦ୍ଧା ଜିଲ୍ଲା ସମ୍ମିଳନୀ କରିବାକୁ ନିଷ୍ପତି ନିଆଯାଇଥିଲା !ଏହା ପୂର୍ବରୁ ଜିଲ୍ଲା କମିଟି ପୁନର୍ଗଠନ କରି ରଘୁନାଥ ମାଝୀ କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଓ ଉପ ସଭାପତି ଭାବେ ନିରଞ୍ଜନ ପରିଡା, ନାରାୟଣ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ନୃସିଂହ ଚରଣ ପହି, ସହ ସମ୍ପାଦକ ପରମାନନ୍ଦ ସେଠୀ ପ୍ରମୁଖ ଜିଲ୍ଲା କମିଟି ନିର୍ବାଚିତ କରିଛନ୍ତି !ଏହି ବୈଠକ ରେ ବିଜୟ କୁମାର ବୋଇତାଇ, ଚନ୍ଦ୍ରକାନ୍ତ ଖଣ୍ଡାଇ ଅଂଶଗ୍ରହଣ କରିଥିଲେ !ଏଥିରେ ଜିଲ୍ଲା ସମ୍ମିଳନୀ ପର୍ଯ୍ୟନ୍ତ ଶ୍ରୀ ମାଝୀ ଆଇ ଏନ ଟି ୟୁ ସି ର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ ତୁଲାଇବାକୁ ବୈଠକ ରେ ନିଷ୍ପତି ନିଆଯାଇଅଛି !