ଯାଜପୁର (ଓଏନଏ) : ଆଜି ବ୍ୟାସନଗର ସ୍ଥିତ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କାର୍ଯ୍ୟାଳୟ ଠାରେ ଆଇ ଏନ ଟି ୟୁ ସି ର ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି !ଭାରତ ର କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ମଧ୍ୟରେ ଦେଶର ସର୍ବ ବୃହତ ଶ୍ରମିକ ସଂଗଠନ “ରାଷ୍ଟ୍ରୀୟ ମଜଦୁର କଂଗ୍ରେସ “ର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି !ଏହା ଶ୍ରମିକ କର୍ମଚାରୀ ମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ସମ୍ବିଧାନ ଓ ନୀତି ଆଦର୍ଶ ରେ 1947ମସିହା ମାର୍ଚ୍ଚ 3ତାରିଖ ରୁ କାର୍ଯ୍ୟ କରିଆସୁଅଛି !ସଂଗଠନ ର ସମ୍ବିଧାନ ଅନୁସାରେ ଏହାର ତ୍ରୟବାର୍ଷିକ ସାଧାରଣ ପରିଷଦ ବୈଠକ ରେ ସମସ୍ତ ସହ ବନ୍ଧିତ ୟୁନିଅନ ର ପ୍ରତିନିଧି ମାନଙ୍କ ଦ୍ୱାରା କର୍ମକର୍ତ୍ତା ନିର୍ବାଚିତ ହୁଅନ୍ତି କିନ୍ତୁ ଆଇ ଏନ ଟି ୟୁ ସି ର ରାଜ୍ୟ ସଭାପତି ଭାବେ 1985ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଶିଷ୍ଟ ଶ୍ରମିକ ନେତା ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ଲଗାତାର ଭାବେ ନିର୍ଦ୍ୱନ୍ଦ ରେ ଏବଂ ସର୍ବସନମତି କ୍ରମେ ସଭାପତି ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି !କିନ୍ତୁ ଦୁଃଖ ଓ ପରିତାପର ବିଷୟ ଗତ ତା 21.2.21ରିଖରେ ଦୈନିକ ସମ୍ବାଦ ପତ୍ର “ପ୍ରମେୟ “ରେ ଏକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ର ଶ୍ରମିକ ସଂଗଠନ ରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମ୍ପର୍କ ନଥିବା ଅନାମଧେୟ ବ୍ୟକ୍ତି ଙ୍କ ନାମ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର ରାଜ୍ୟ ସଭାପତି ଭାବେ ଘୋଷଣା କରିବା ଘଟଣା କୁ ଯାଜପୁର ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ଓ ଆଇ ଏନ ଟି ୟୁ ସି ର ସାଧାରଣ ସମ୍ପାଦକ ନୃସିଂହ ଚରଣ ପହି, ଉପ ସଭାପତି ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ରଘୁ ମାଝୀ, ସହ ସମ୍ପାଦକ ପରମାନନ୍ଦ ସେଠୀ, ବିଜୟ କୁମାର ବୋଇତାଇ, ଯୁବ ଆଇ ଏନ ଟି ୟୁ ସି ର ଚନ୍ଦ୍ର କାନ୍ତ ଖଣ୍ଡାଇ, ଜଗବନ୍ଧୁ ନାୟକ, ସତ୍ୟ ପ୍ରକାଶ କୁଅଁର, ଅଜୟ ଦାସ, ସେକ ଆତାର ଉଦ୍ଦିନ ଅହମ୍ମଦ, ନରହରି ବେହେରା, ଭରତ ସାହୁ, ପ୍ରସନ୍ନ ରାଉତ ସେକ ଅବଦୁଲ କାଦିର, ଗଣେଶ ନାୟକ, ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ମୁନେଶ୍ୱର ନାୟକ ପ୍ରମୁଖ ଦୃଢ଼ ନିନ୍ଦାକରିବା ସହ ଏହାକୁ ବିରୋଧ କରିଥିଲେ !ଏଠାରେ ସୂଚନା ଯୋଗ୍ୟ ଦେଶରେ ଶ୍ରମିକ କର୍ମଚାରୀ ଙ୍କ ଅଧିକାର କୁ ସଂକୁଚିତ ଓ କ୍ଷୁର୍ଣ କରିବା ପାଇଁ କେନ୍ଦ୍ର ସରକାର ଙ୍କ ଦ୍ୱାରା 44ଟି ଶ୍ରମ ଆଇନ କୁ ବାତିଲ କରି 4ଟି ଲେବର କୋର୍ଡ ରେ ପରିଣତ କରିବା ଓ ଦେଶର କୃଷକ ମାନଙ୍କ ଉପରେ ୩ ଟି କଳା ଆଇନ ପ୍ରଣୟନ କୁ ଆଇ ଏନ ଟି ୟୁ ସି ନେତୃତ୍ୱ ରେ ବିରୋଧ ଚାଲିଥିବା ବେଳେ ରାଜ୍ୟରେ ଏହାକୁ ଭଣ୍ଡୁର କରିବାକୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ସରକାରୀ କଳର ଚକ୍ରାନ୍ତ ବୋଲି ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା !ଶେଷରେ ଗଣ ମାଧ୍ୟମ ଯଥା ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ ମିଡ଼ିଆ, ଓ ମିଡ଼ିଆ କର୍ମଚାରୀ ମାନଙ୍କୁ ଏଭଳି ଭିତ୍ତିହୀନ ସମ୍ବାଦ ପରିବେଷଣ ନ କରିବାକୁ ଆମ୍ଭେ ଆଇ ଏନ ଟି ୟୁ ସି ଯାଜପୁର ଜିଲ୍ଲା କମିଟି ପକ୍ଷରୁ ନିବେଦନ କରୁଅଛୁ !
ଅଭିମନ୍ୟୁ ମିଶ୍ର