18.1 C
Bhubaneswar
Saturday, November 23, 2024
Homeଓଡିଶାବିନା ୱାଇଫାଇରେ ଚାଲିବ ଇଣ୍ଟରନେଟ ..

ବିନା ୱାଇଫାଇରେ ଚାଲିବ ଇଣ୍ଟରନେଟ ..

ଭୁବନେଶ୍ୱର: ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ । ଏହା ଦ୍ବାରା ଡାଟା ଓ ଇଣ୍ଟରନେଟ ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକ ନିଜେ ସୁରକ୍ଷିତ ରହିପାରିବେ । ଏଭଳି ଏକ ଗବେଷଣାରେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ମିଶ୍ର । ବିନା ୱାଇ ଫାଇରେ ଇଣ୍ଟରନେଟ, ଲାଇଟ ଜଳିଲେ ଚାଲିବ ନେଟ । ୱାଇ ଫାଇ ପରେ ବର୍ତ୍ତମାନ ଲାଇଫାଇ ।

ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ରେଡିଏସନର ପ୍ରଭାବ ଦୂର ହେବ । ଡାଟା ଓ ଇଣ୍ଟରନେଟ ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକ ସୁରକ୍ଷିତ ରହିପାରିବେ । ଏଭଳି ଏକ ଗବେଷଣାରେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ମିଶ୍ର । ଏବେ ୱାଇ ଫାଇର ବହୁଳ ବ୍ୟବହାର ହେଉଛି । ଯଦ୍ବାରା ଶରୀର ଉପରେ ୱେବ୍ ରେଡିଏସନର କୁପ୍ରଭାବ ପଡୁଛି । ଏଥିରୁ ରକ୍ଷା କରିବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଜ୍ଞାନରଞ୍ଜନ । ବିଶ୍ବ ସ୍ତରରେ ବିଭିନ୍ନ ଦେଶର ଛାତ୍ର ସମୁହଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ଭିନ୍ନ ଭିନ୍ନ ପ୍ରକଳ୍ପର ପ୍ରତିଯୋଗୀତା ଓ ଗବେଷଣା ପାଇଁ ଭାରତର ପ୍ରତିନିଧିତ୍ବ କରି ଜ୍ଞାନରଞ୍ଜନଙ୍କୁ ନିକଟରେ ମିଳିଛି ୫ ଟି ଗୋଲ୍ଡ ମେଡାଲ୍ । ଅନ୍ୟପଟେ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଆନ୍ତର୍ଜାତୀୟ ସଂସ୍ଥା ।

କୋଭିଡ୍ ସମୟରେ ନବୋଦୟ କେନ୍ଦ୍ରୀୟ ବିଦ୍ୟାଳୟରେ ୯ ମ ଶ୍ରେଣୀରେ ପଢୁଥିଲେ ଜ୍ଞାନରଞ୍ଜନ । ଘରେ ବସିବସି କିଛି ପୁରୁଣା ଭଙ୍ଗାତୁଟା ସାମଗ୍ରୀ ବ୍ୟବହାର କରି ଏହା ଉପରେ ଆରମ୍ଭ କରିଥିଲେ ଗବେଷଣା । ନିରନ୍ତର ଭାବେ ଦୀର୍ଘ ଦୁଇବର୍ଷ ଧରି ନିଜର ଅଧ୍ୟବସାୟ ଦ୍ୱାରା ସେ ଲାଇ ଫାଇ ଆବିଷ୍କାର କରିବାକୁ ସକ୍ଷମ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking