29.1 C
Bhubaneswar
Monday, February 2, 2026
Homeଓଡିଶାମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା ଗାଁର ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ରାଖେଲଗୁଡ଼ା ଓ ଏମଭି-୨୬ ଗ୍ରାମ ଭିତରେ ସୃଷ୍ଟ ବିବାଦକୁ ଦୃଷ୍ଟିରେ ରଖି ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ଟା ଯାଏ ଇଣ୍ଟରନେଟ ବନ୍ଦ ରହିବ। ମାଲକାନଗିରି ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି। ଗତକାଲି ଏମ୍‌ଭି-୨୬ ଗ୍ରାମରେ ପଶି ଅନ୍ୟ ଗୋଷ୍ଠୀର ଲୋକ ୫୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ। ଏଥିସହ ଦୋକାନ ଲୁଟିବା ସହ ଅଟୋ, ବାଇକ୍‌କୁ ମଧ୍ୟ ଭାଙ୍ଗି ଦେଇଥିଲେ। ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦେଖଣାହାରି ହୋଇଥିଲା। ଏତେ ଲୋକଙ୍କୁ ଅଟକାଇବାରେ ଅସଫଳ ହୋଇଥିଲା ପୁଲିସ। ଘରପୋଡ଼ି ଘଟଣାକୁ ନେଇ ସୋମବାର ୧୦ହଜାରରୁ ଊର୍ଦ୍ଧ୍ୱ ଲୋକ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମ୍‌ଭି-୨୬ ଗାଁରେ ୧୬୩ ଧାରା ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳକୁ ରବିବାର ରାତିରେ ଡିଆଇଜି ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିବାବେଳେ ସୋମବାର ପୁଲିସ ଡିଜି ୱାଇ ବି ଖୁରାନିଅ।। ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି।

ମାଲକାନଗିରି ଜିଲ୍ଲା ସଦର କୋରକୁଣ୍ଡା ଥାନାସ୍ଥ ଡୁଡାମେଟଲା ଗ୍ରାମ ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଗତ ୪ ତାରିଖ ଦିନ ଉଦ୍ଧାର ହୋଇଥିଲା। ସେହି ଘଟଣାକୁ ନେଇ ରାଖେଲଗୁଡା ଓ ଏମ୍‌ଭି-୨୬ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ହତ୍ୟା କିଏ କରିଛି ତାହା ଅସ୍ପଷ୍ଟ ରହିଛି। ନିଖୋଜ ଥିବା ମୁଣ୍ଡକୁ ତୁରନ୍ତ ଉଦ୍ଧାର କରିବା ସହିତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଆଦିବାସୀ ସଂଘ ପୁଲିସ ପ୍ରଶାସନ ନିକଟରେ ଦାବି କରିଥିଲେ। ତେବେ କୌଣସି ସୁଫଳ ନ ମିଳିବାରୁ ଏହାକୁ ନେଇ ରବିବାର ଏମ୍‌ଭି-୨୬ ଏବଂ ରାଖାଲଗୁଡା ଗ୍ରାମ ଓ ଆଦିବାସୀ ସଂଘ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ଏମଭି ୨୬ ଗ୍ରାମରେ ୫୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ। ଘଟଣା ସ୍ଥଳରେ ଡିଆଇଜି,ଏସପି, ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ ପହଞ୍ଚି ଉଭୟ ଗ୍ରାମବାସୀଙ୍କୁ ବୁଝାଇଥିଲେ ।

ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ଗୋଷ୍ଠୀଙ୍କୁ ଡାକି ଶାନ୍ତି କମିଟି ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସୋମବାର ସକାଳେ ଆଦିବାସୀ ସମାଜ ମହାସଂଘର ସଭାପତି ସହିତ ଅନ୍ୟାନ ଆଦିବାସୀ ନେତା ମାନେ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ। ଜିଲ୍ଲା ବଙ୍ଗାଳୀ ସମାଜ ପକ୍ଷରୁ ପ୍ରାୟ ୧୦ହଜାର ଲୋକ ଏମଭି୩ କୃଷ୍ଣ ମନ୍ଦିର ଠାରୁ ୫ କିଲୋମିଟର ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ୟା ସମାଧାନ ପାଇଁ ୨୪ ଘଣ୍ଟା ସମୟ ମଗା ଯିବା ପରେ ବଙ୍ଗାଳୀ ସମାଜ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଘଟଣା ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଉଭୟ ଗୋଷ୍ଠୀମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ସନ୍ଧ୍ୟା ୬ ଟା ଠାରୁ ୨୪ ଘଣ୍ଟା ପାଇଁ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ ମୁଣ୍ଡ ବିହୀନ ମହିଳାଙ୍କ ଶବବ୍ୟବଚ୍ଛେଦ କରା ଯାଇଥିଲେ ମଧ୍ୟ ମୁଣ୍ଡ ନଥିବାରୁ ପରିବାର ଲୋକେ ନେଉ ନଥିବାରୁ ହସ୍ତାନ୍ତର କରାଯାଇ ପାରିନାହିଁ,ହସ୍ପିଟାଲରେ ଶବକୁ ସୁରକ୍ଷିତ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking