କଟକ: ୩୬ ଘଣ୍ଟା ପରେ କଟକରୁ ହଟିଲା କର୍ଫ୍ୟୁ । ଧୀରେ ଧୀରେ ସ୍ବାଭାବିକ ହେଉଛି କଟକ, ହେଲେ ବି ପୋଲିସ୍ ରଖିଛି ନଜର । କଟକରୁ ଇଣ୍ଟରନେଟ୍ କଟକଣା ଉଠିବା ପରେ ସୋସିଆଲ ମିଡିଆ ସ୍ବାଭାବିକ ହେଉଛି । ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି। ଇଣ୍ଟରନେଟ୍ ଉପରେ କଟକଣା ଉଠିବା ନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। କଟକ ସହରରେ ଜୀବନଯାତ୍ରା ଏବେ ସ୍ୱାଭାବିକ ହୋଇଛି । କର୍ଫ୍ୟୁ କୋହଳ ହେବା ପରେ ସବୁକିଛି ସ୍ଵାଭାବିକ ଚାଲିଛି । ତେବେ ହିଂସାକାଣ୍ଡ ପରେ କଟକରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଏସପି ଅପିଲ କରିଛନ୍ତି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା । ଗୋଷ୍ଠୀ ବିବାଦ ଘଟଣା ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ ପଦକ୍ଷେପ ନେଇଥିଲା। ପୁଲିସ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା। ଦରଘାବଜାର ସମେତ ୧୩ଟଇ ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ । ବାଦାମବାଡ଼ି, ଲାଲବାଗ୍, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ଜଗତପୁର, ବୟାଳିଶି ମଉଜା, ମାଲଗୋଦାମରେ ଲାଗିଥିଲା କର୍ଫ୍ୟୁ । ସକାଳେ କର୍ଫ୍ୟୁ କୋହଳ ହୋଇଥିବା ବେଳେ ଏବେ ଇଣ୍ଟରନେଟ୍ ସେବା ସ୍ଵାଭାବିକ ହୋଇଛି । ହ୍ୱାର୍ଟସାପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଓ ସ୍ନାପଚାଟ୍ ଭଳି ସୋସିଆଲ ମିଡିଆ ଆପ୍ ମାନ ଏବେ ଚାଲୁଛି ।










