17.1 C
Bhubaneswar
Wednesday, February 4, 2026
Homeଓଡିଶାଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଘାଟିତ

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଘାଟିତ

ଭୁବନେଶ୍ୱର/କଟକ: ଆଜି କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତ ହୋଇଯାଇଅଛି। ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼.ୟେଦୁଲା ବିଜୟ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବ୍ୟାଡ଼ମିଣ୍ଟନ ଏସିଆ ଫେଡ଼େରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦେଶରୁ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଛନ୍ତି। ପୁରୁଷ ସିଙ୍ଗଲସ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।

ପ୍ରଥମ ଦିନର ପୂର୍ବାହ୍ନରେ ୨୪ଟି କ୍ୱାଲିଫାଇଙ୍ଗ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଏଥିରୁ ସିଙ୍ଗଲ, ଡବଲ ଓ ମିକ୍ସଡ଼ ଡବଲସରୁ ୨୪ଟି ଦଳ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଛନ୍ତି। ଅପରାହ୍ନରେ ମୁଖ୍ୟ ଡ୍ର ରୁ ୨୦ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ଡ୍ର କୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳୀମାନେ ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ,ତାଇପେଇ ର ଚି ଯୁନ ଚେଙ୍ଗ, ଯାପାନର ନନାମୀ ସୋମେୟା ଓ ଇଣ୍ଡୋନେସିଆର ଡାଳିଆ ଅଘନିଆ ପୁଟେରୀ ଏବଂ ଡବଲସରେ ଭାରତର ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ଏବଂ ରିଧି କୌର, ଭି. ରେଡଡି ଏବଂ କେ. ସେଲଭାମ, ଯେନିଥ ଅବିଗେଲ ଏବଂ ଲିଖିତା ଶ୍ରୀବାସ୍ତବ, ଡି. ଭେଲ ମୁରୁଗାନ ଏବଂ ପି.ନଟରାଜାନ, ନିତିନ କୁମାର ଏବଂ ହର୍ଷ ରଣା, କେ. କୁମାରଭେଲ ଏବଂ ଆର ମୋହନ କୁମାର, ଭି ଆର ନର୍ଦ୍ଧନା ଏବଂ ରିଦୁବର୍ଶିନୀ ରାମାସ୍ୱାମୀ, ଅଦିତି ଭଟ୍ଟ ଏବଂ ଶ୍ରାବଣୀ ବାଲେକାର, ଏନ. ଇଶ୍ୱର ମୂର୍ତ୍ତି ଏବଂ ଡି. ଭେଲ ମୁରୁଗାନ, ମୁରଲୀ କ୍ରିଷ୍ଣା କନୁରୀ ଏବଂ ଅଭିଜିତ ମହାରଣା ଓ ସାକ୍ଷୀ ଗହ୍ଲାବତ ଏବଂ ତନୀଷା ସିଂ। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମୁଖ୍ୟ ଡ୍ର ପ୍ରତିଯୋଗିତାରେ ଭାରତୀୟ ଖେଳାଳୀ କେଭିନ ଥାଙ୍ଗମ, ସାନିଥ ଦୟାନନ୍ଦ, ତୁଷାର ସୁବୀର, ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ଯୁସୁଫ, ରିଚି ରିକାରଡୋ ପ୍ରମୁଖ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।ଏକ ଲକ୍ଷ ଦଶ ହଜାର ଡ଼ଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାକୁ ୧୦ ଜଣିଆ ବିଡବ୍ଲ୍ୟୁଏଫ ମନୋନୀତ ଅଫିସଆଲ, ୧୨ ଜଣ ଭାରତୀୟ ବ୍ୟାଡ଼ମିଣ୍ଟନ ସଂଘ ମନୋନୀତ ଅଫିସିଆଲ ଏବଂ ୪୬ ଜଣ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ ମନୋନୀତ ଅଫିସିଆଲ ପରିଚାଳନା କରୁଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking