20.1 C
Bhubaneswar
Saturday, December 21, 2024
Homeଦେଶ ବିଦେଶବାଂଲାଦେଶରେ ଅନ୍ତରୀଣ ସରକାର;  ଶପଥ ନେଲେ ମହମ୍ମଦ ୟୁନୁସ

ବାଂଲାଦେଶରେ ଅନ୍ତରୀଣ ସରକାର;  ଶପଥ ନେଲେ ମହମ୍ମଦ ୟୁନୁସ

ଢ଼ାକା: ବାଂଲାଦେଶରେ ଆଜି ଗଠନ ହୋଇଛି ଅନ୍ତରୀଣ ସରକାର । ନୋବେଲ ପୁରସ୍କାର ବିଜେତା ତଥା ୮୪ ବର୍ଷୀୟ ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି । ବଙ୍ଗଭବନରେ ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ତାଙ୍କୁ ଶପଥପାଠ କରାଇଛନ୍ତି । ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ମହମ୍ମଦ ୟୁନୁସ କହିଛନ୍ତି ଯେ ସେ ସମ୍ବିଧାନକୁ ମାନିବେ ଓ ଏହାର ସୁରକ୍ଷା କରିବେ । ସେ ସଚ୍ଚୋଟତାର ସହିତ ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ସଂପାଦନ କରିବେ । ଅନ୍ୟପକ୍ଷେ ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବାଂଲାଦେଶର ପରିସ୍ଥିତି ଖୁବଶୀଘ୍ର ସାଧାରଣ ହୋଇଯିବ ବୋଲି ଭାରତ ଆଶା କରୁଛି, ଯାହା ସେଠାରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବ । ଉଭୟ ଦେଶର ଶାନ୍ତି, ସୁରକ୍ଷା ଓ ବିକାଶକୁ ବଜାୟ ରଖିବାକୁ ଭାରତ ଏବେବି ବାଂଲାଦେଶ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ଚାକିରିରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଅଶାନ୍ତ ହୋଇଛି ବାଂଲାଦେଶ । ଏଥିପାଇଁ ହୋଇଥିବା ବଡ଼ ବିକ୍ଷୋଭ ଓ ହିଂସା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ସେ ଇସ୍ତଫା ଦେବା ସହିତ ଦେଶ ମଧ୍ୟ ଛାଡ଼ି ଦେଇଛନ୍ତି । ସେ କେଉଁ ଦେଶରେ ଶରଣ ନେବେ, ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ଏବେ ଭାରତରେ ଅଛନ୍ତି । ଶେଖ ହସିନା ଆହୁରି କିଛି ଦିନ ଭାରତରେ ରହିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking