ଯାଜପୁର: ବ୍ୟାସନଗର କଲେଜ ଖେଳ ପଡିଆରେ ଚାଲୁଥିବା ଆନ୍ତଃ ଉଚ୍ଚ ମାଧ୍ୟମିକ ଫାଇନାଲ ଜୋନ କ୍ରିକେଟ ଟୁର୍ନାମେଣ୍ଟର ଦ୍ଵିତୀୟ ସେମି ଫାଇନାଲ ବ୍ୟାସନଗର ଓ ମୁନିସିପାଲ ଉଚ୍ଚ ମାଧ୍ୟମିକ ସ୍କୁଲ ମଧ୍ୟରେ ହୋଇଥିଲା l ଟସରେ ବିଜୟୀ ହୋଇ ମୁନିସିପାଲ ଫିଲଡିଂ କରିବାକୁ ନିଷ୍ପତି ନେଇଥିଲେ l ବ୍ୟାସନଗର ୧୯.୫ଓଭରରେ ସମସ୍ତ ଉଇକେଟ ହରାଇ ୭୮ରନ କରିଥିଲେ l ଦଳ ତରଫରୁ ଅନିକେତ ଧୀର ୩୩ ଓ ସୋମେସ ବାରିକ ୨୬ ରନ କରିଥିଲେ l ମୁନିସିପାଲର ରୋଶନ କୁମାର ୪ଟି ଉଇକେଟ ନେଇଥିଲେ l ଏହାର ଜବାବରେ ମୁନିସିପାଲ, ରାଉରକେଲା ୧୧ଓଭରରେ ୨ ଉଇକେଟ ହରାଇ ୭୯ ରନ କରିଥିଲେ l ୮ ଉଇକେଟରେ ମୁନିସିପାଲ ଉଚ୍ଚ ମାଧ୍ୟମିକ ବିଜୟୀ ହୋଇଥିଲେ l ଆଜିର ଖେଳରେ ତେଜ ହୋଣ୍ଡା ତରଫରୁ ମୁନିସିପାଲ ସ୍କୁଲ୍ ର ରୋଶନ କୁମାରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲାଅତିଥି ଭାବେ ରାଧିକା ରଞ୍ଜନ କାନୁନଗୋ, ପ୍ରତାପ କୁମାର ଧୀର, ଶଶିକାନ୍ତ ଲେଙ୍କା, ଶରତ ସାହୁ, ସ୍ମୃତି ରଞ୍ଜନ ରାଉତ ଓ ନିରଞ୍ଜନ ପୃଷ୍ଟି ଯୋଗ ଦେଇଥିଲେ l ଖେଳାକୁ ପବିତ୍ର ମଲ୍ଲିକ, ପ୍ରଦୀପ କୁମାର ମଲ୍ଲିକ, ବି. ମୋହିନେଶ ଓ ଶୁଭମ ବିଶ୍ୱାଳ ପରିଚାଳନା କରିଥିଲେ l










