19.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶକେନିଆରେ ବିଦ୍ରୋହ, ୩୯ ମୃତ

କେନିଆରେ ବିଦ୍ରୋହ, ୩୯ ମୃତ

ନୂଆଦିଲ୍ଲୀ: କେନିଆରେ ବିଦ୍ରୋହ, ୩୯ ମୃତ। ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି। ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଘଟଣାରେ ୬୨୭ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଗଲାଣି। ସେପଟେ ଭାରତୀୟ ନାଗରିକଙ୍କ ପାଇଁ ଭାରତ ଆଡଭାଇଜରୀ ଜାରି କରିଛି।

କେନିଆ ଜାତୀୟ ମାନବାଧିକାର ଆୟୋଗ ଅନୁଯାୟୀ ଟିକସ ଆଇନ ବିରୋଧରେ ହୋଇଥିବା ବିକ୍ଷୋଭରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ରାଷ୍ଟ୍ରପତି ରୁଟୋ କହିଛନ୍ତି ଯେ ସେ ବର୍ତ୍ତମାନ ଯୁବକମାନଙ୍କ ସହ କଥା ହେବେ ଏବଂ ଦେଶ ପାଇଁ ଏଭଳି ଆଇନ କେତେ ମହତ୍ୱପୂର୍ଣ୍ଣ ତାହା ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବେ। ଯେତେବେଳେ ଆଇନ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହେଲା, ରାଷ୍ଟ୍ରପତି ରୁଟୋ ପ୍ରଥମେ ଏହାକୁ ବଳପୂର୍ବକ ଦମନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିକ୍ଷୋଭକାରୀମାନେ ସଂସଦରେ ପ୍ରବେଶ କରି ନିଆଁ ଲଗାଇ ଦେଇଥିଲେ। ଏହାପରେ ସରକାର ନଇଁବାକୁ ବାଧ୍ୟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking