27.1 C
Bhubaneswar
Saturday, June 22, 2024
Homeଅପରାଧଇନ୍‌ଷ୍ଟାଗ୍ରାମ ସାଜିଲା କାଳ : ସ୍ୱାମୀ କଥା ନମାନି ଜୀବନ ହାରିଲେ ସ୍ତ୍ରୀ

ଇନ୍‌ଷ୍ଟାଗ୍ରାମ ସାଜିଲା କାଳ : ସ୍ୱାମୀ କଥା ନମାନି ଜୀବନ ହାରିଲେ ସ୍ତ୍ରୀ

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ଉପକଣ୍ଠ ନୋଏଡା ଅଞ୍ଚଳରେ ଜଣେ ଲୋକ ଇନ୍‌ଷ୍ଟାଗ୍ରାମ ବ୍ୟବହାର ନକରିବାକୁ ତାଙ୍କର ସ୍ତ୍ରୀଙ୍କୁ କହିଲେ ବୋଲି ମହିଳା ଜଣକ ଜୀବନ ହାରିଛନ୍ତି। ତାଙ୍କର ମୃତହେଦ ଝୁଲନ୍ତା ଅବସ୍ଥାରେ ପଙ୍ଖାରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଦୁଇ ସନ୍ତାନର ଜନନୀ ମଧ୍ୟ ଥିଲେ। ସୂଚନା ଯୋଗ୍ୟ ଯେ, ନୋଏଡାର ସେକ୍ଟର-୩୯ ଥାନା ଅଞ୍ଚଳ ସଦରପୁର କଲୋନିରେ ସ୍ବାମୀ-ସ୍ତ୍ରୀ ରହୁଥିଲେ। ତାଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ଥିଲେ। ଖୁସିର ସଂସାର ମଧ୍ୟରେ ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ’ କାଳ ସାଜିଥିଲା। ଏହାର ବ୍ୟବହାରକୁ ନେଇ ଅଧିକାଂଶ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗି ରହୁଥିଲା। ସୋମବାର ଏହା ଅତି ଭୟଙ୍କର ରୂପ ନେଇଥିଲା। ମହିଳା ଜଣକ ବେକରେ ରଶି ଲଗାଇ ପଙ୍ଖାରେ ଝୁଲିପଡ଼ିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କର ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ ପାଇଁ ଶବ ପଠାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ନୋଏଡା ପୁଲିସ କହିଛି, ସୋମବାର (ଜୁନ୧୦) ମହିଳା ଜଣକ ଇନ୍‌ଷ୍ଟାଗ୍ରାମ ବ୍ୟବହାରକୁ ନେଇ ନିଜର ସ୍ବାମୀଙ୍କ ସହିତ କଳି କରିଥିଲେ। କଳି ଲାଗିବାର କିଛି ସମୟ‌ ପରେ ଗୋଟିଏ କୋଠରି ଭିତରକୁ ପଶି ଭିତରୁ ପଟୁ କବାଟ ବନ୍ଦ କରିଦେଇଥିଲେ। ବେକରେ ଦଉଡ଼ି ଦେଇ ପଙ୍ଖାରେ ଝୁଲି ପଡ଼ିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking