ଭୁବନେଶ୍ୱର: ମେଟା ମାଲିକାନା ଇନଷ୍ଟାଗ୍ରାମରେ ପୁଣି ସମସ୍ୟା ଦେଖାଦେଇଛି । ପୁଣି ଡାଉନ ହୋଇଛି ଇନଷ୍ଟାଗ୍ରାମ । ମାସରେ ଦ୍ବିତୀୟ ଥର ପାଇଁ ଡାଉନ ହୋଇଥିବା ଜଣାପଡିଛି । ଇନଷ୍ଟାଗ୍ରାମ ଲଗଇନ କରିବାରେ ସମସ୍ୟା ହେଉଥିବା ନେଇ ୟୁଜର୍ସମାନେ ରିପୋର୍ଟ କରିଛନ୍ତି ।
ଆଉଟେଜ୍ ଟ୍ରାକିଂ ସାଇଟ୍ ଡାଉନଡିଟେକ୍ଟରର ରିପୋର୍ଟ ଅନୁଯାୟୀ, ୫୬% ଇନଷ୍ଟାଗ୍ରାମ ବ୍ୟବହାରକାରୀ ଇନଷ୍ଟାଗ୍ରାମ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇନଷ୍ଟାଗ୍ରାମ ଆପ୍ ସହିତ ସମସ୍ୟା ଦେଖା ଦେଇଥିବାବେଳେ ୨୩ ପ୍ରତିଶତ ୟୁଜର୍ସ ଲଗ୍ ଇନ୍ କରିବାରେ ଅସୁବିଧା ଭୋଗୁଛନ୍ତି । ଏହାସହ ୨୧ ପ୍ରତିଶତ ୟୁଡଜର୍ସ ସର୍ଭର ତ୍ରୁଟି ବିଷୟରେ ଅଭିଯୋଗ କରିଛନ୍ତି । ଇନଷ୍ଟାଗ୍ରାମ ବ୍ୟତୀତ ଅନେକ ଫେସବୁକ ବ୍ୟବହାରକାରୀ ମଧ୍ୟ ଡାଉନକୁ ନେଇ ଅଭିଯୋଗ କରିଛନ୍ତି । ଫେସବୁକ ୟୁଜର୍ସଙ୍କ ଟାଇମଲାଇନ ରିଫ୍ରେସ ହେଉନାହିଁ ।
ଏହାପୂର୍ବରୁ, ଟେକ୍ନିକାଲ ତ୍ରୁଟି ଯୋଗୁଁ ଫଟୋ ସେୟାରିଂ ଆପ୍ ଡାଉନ୍ ହୋଇଯାଇଥିଲା । ଇନଷ୍ଟାଗ୍ରାମ ଡାଉନ୍ ହେତୁ ବିଶ୍ବର ବିଭିନ୍ନ ସ୍ଥାନରୁ ଇନଷ୍ଟାଗ୍ରାମ ୟୁଜର୍ସମାନେ ପ୍ରଭାବିତ ହୋଇଥିଲେ । ହଜାର ହଜାର ଉପଭୋକ୍ତାଙ୍କୁ ଇନଷ୍ଟାଗ୍ରାମରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ୧୮୦,୦୦୦ରୁ ଅଧିକ ୟୁଜର୍ସ ଇନଷ୍ଟାଗ୍ରାମ ଡାଉନକୁ ନେଇ ରିପୋର୍ଟ କରିଥିଲେ ।