ନୂଆଦିଲ୍ଲୀ: ମହାରାଷ୍ଟ୍ର ସହିତ ସାରାଦେଶରେ ଗଣେଶ ଉତ୍ସୋବ ଖୁବ୍ ଧୁମଧାମରେ ଆରମ୍ଭ ହୋଇସାରିଛି। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ। ଭଗବାନ ଗଣେଷଙ୍କ ସମ୍ପର୍କିତ ଏକ ବିଶେଷ କଥା ହୁଏତ ବହୁ ଲୋକ ଜାଣିନଥିବେ। ଜାଣିଲେ ସେମାନେ ହୁଏତ ଆଶ୍ଚର୍ଯ୍ୟ ନିଶ୍ଚିତ ହୋଇପଡିବେ। ସମେସ୍ତ ଜାଣନ୍ତି କି ଯୁଦ୍ଧ ବେଳେ ଗଣେଶଙ୍କ ସିର ଚ୍ଛେଦନ କରିଥିଲେ ତାଙ୍କ ବାପା ଭଗବାନ ଶିବ। ଯେଉଁ କାରଣରୁ ତାଙ୍କୁ ଏକ ହାତୀର ମୁଣ୍ଡ ଲଗାଯାଇଥିଲା। ତେବେ ଭଗବାନ ଗଣେଶଙ୍କର ପ୍ରକୃତ ମୁଣ୍ଡ କୁଆଡେ ଗଲା ଓ ତାହା କେଉଁଠି ଅଛି ଏ ବିଷୟରେ ଅନେକ ଜାଣନ୍ତି ନାହିଁ। କୁହାଯାଏ ଯେ,ଏବେ ବି ଗଣେଶଙ୍କର ପ୍ରକୃତ ମୁଣ୍ଡ ପୃଥିବୀ ପୃଷ୍ଠରେ ରହିଛି। ଯଦି ଗଣେଶଙ୍କର ମୁଣ୍ଡ ରହିଛି ତେବେ ତାହା କେଉଁଠି ରହିଛି ଜାଣନ୍ତି କି?
କୁହାଯାଏ ଯେ, ଉତ୍ତରାଖଣ୍ଡର ପିଥେରାଗଡରେ ଗଙ୍ଗୋଲିହାଟଠାରୁ ୧୪ କିଲୋମିଟର ଦୂର ଭୁବନେଶ୍ବର ନାମ ଏକ ଗାଁ ରହିଛି। ଏହି ଗାଁରେ ଥିବା ପାତାଳ ଗୁମ୍ଫାରେ ଗଣେଶଙ୍କର ପ୍ରକୃତ କଟା ମୁଣ୍ଡ ରହିଛି ବୋଲି କୁହାଯାଏ। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏହି ସ୍ଥାନକୁ ଆସିଥାନ୍ତି। ତେବେ ଶ୍ରଦ୍ଧାଳୁଙ୍କୁ ଏକ ସୀମା ଭିତରେ ରହିବାକୁ ଦିଆଯାଏ, ସୀମା ପାର କରି ଭିତରକୁ ଯିବାର ଅନୁମତି ନାହିଁ। ମାନ୍ୟତା ରହିଛି ଭିତରେ ଗଣେଶଙ୍କ କଟାମୁଣ୍ଡ ରହିଛି। ବହୁ ଶ୍ରଦ୍ଧାଳୁଙ୍କର କହିବା ଅନୁସାରେ, ଗୁମ୍ଫା ଭିତରକୁ ଯିବା ପରେ ଓ ଏହାର କାନ୍ଥକୁ ଛୁଇଁକି ଅଦ୍ଭୁତ ଶାନ୍ତି ମିଳିଥାଏ।

ତୈତେୟା ଯୁଗ ପରେ ଏହି ଗୁମ୍ଫାକୁ କେହି ଯିବାକୁ ଚେଷ୍ଟା କରିନଥିଲେ। କୁହାଯାଏ ଯେ, କଳି ଯୁଗରେ ଆଦି ଶଙ୍କରାଚାର୍ଯ୍ୟ ଏହାର ସନ୍ଧାନ କରିବା ପରେ ସାଧାରଣ ତୀର୍ଥ ସ୍ଥଳୀ ପାଇଁ ଖୋଲିଥିଲେ। ତେଣୁ ଆଜି ମଧ୍ୟ ତୀର୍ଥଯାତ୍ରୀଙ୍କୁ ଗୁମ୍ଫାର କିଛି ଦୂରରେ ରହିବାକୁ କୁହାଯାଏ। ଏଭଳି କୁହାଯାଏ ଯେ, ଆଜି ମଧ୍ୟ ଭଗବାନ ଗଣେଶରଙ୍କ କଟାମୁଣ୍ଡ ଏହି ଗୁମ୍ଫା ଭିତରେ ରହିଛି। ଏହି ଗୁମ୍ଫାରୁ ଏକ ଗୁପ୍ତ ରାସ୍ତା କୈଳାଶ ପର୍ବତକୁ ରହିଛି। ଏହି ବାଟ ଏତେ ସଙ୍କିର୍ଣ୍ଣ ହୋଇଥିବାରୁ ଅକ୍ସିଜେନର ମାତ୍ରା ଖୁବ୍ କମ୍। ତେଣୁ ସାଧାରଣ ଲୋକ କିମ୍ବା ଜୀବଜନ୍ତୁ ଏହି ଗୁମ୍ଫା ଭିତରକୁ ଯାଇ ଜୀବନ୍ତ ଫେରିବା ଖୁବ୍ କଷ୍ଟକର। ମହାଭାରତରେ ସ୍ବର୍ଗକୁ ଯିବାର ରାସ୍ତା ସମୟରେ ପାଣ୍ଡବମାନେ ଏହି ଗୁମ୍ଫା ସାମାନରେ ରହିବ ଭଗବାନ ଗଣେଶଙ୍କର ଆର୍ଶୀବାଦ ନେଇଥିଲେ।