ନୂଆଦିଲ୍ଲୀ: କେରଳର କୋଚିସ୍ଥିତ ଭାରତୀୟ ନୌବାହିନୀର ଗନେରି ସ୍କୁଲ ‘ଆଇଏନ୍ଏସ୍ ଦ୍ରୋଣାଚାର୍ଯ୍ୟ’କୁ ପ୍ରେସିଡେଣ୍ଟ୍ସ କଲର ପ୍ରଦାନ କରାଯିବ ବୋଲି ଜଣାପଡିଛି । ପ୍ରତିରକ୍ଷା ବାହିନୀର ସୁପ୍ରିମ କମାଣ୍ଡରଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ଚାଳନା ପାଇଁ ଏହି ସ୍କୁଲରେ ନୌବାହିନୀ ଅଫିସର ଓ ନାବିକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏହାବ୍ୟତୀତ ଏହି ପ୍ରତିଷ୍ଠାନ ‘ସାଗର ପାହାଡି ବଳ’ର ନୋଡାଲ ସେଣ୍ଟରଭାବେ ମଧ୍ୟ କାର୍ଯର୍୍ୟ କରିଥାଏ । ୨୦୦୪ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା ନୌସେନା ଅଧିକାରୀମାନେ ଇତିମଧ୍ୟରେ ଗୋଟିଏ ମହାବୀର ଚକ୍ର, ଗୋଟିଏ କୀର୍ତ୍ତି ଚକ୍ର ଓ ୫ଟି ବୀର ଚକ୍ର,୭ଟି ଶୌର୍ଯ୍ୟ ଚକ୍ର ଏବଂ ଗୋଟିଏ ଯୁଦ୍ଧ ସେବା ମେଡାଲ ହାସଲ କରିସାରିଛନ୍ତି । ଆସନ୍ତାକାଲିର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେରଳ ରାଜ୍ୟପାଳ, ନୌବାହିନୀ ମୁଖ୍ୟ, ସଦର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟଙ୍କ ସମେତ ବହୁ ବରିଷ୍ଠ ସାମରିକ ଅଧିକାରୀ ଉପସ୍ଥିତ ରହିବେ ।