18.1 C
Bhubaneswar
Saturday, November 23, 2024
Homeଓଡିଶାକରୋନା ଆକ୍ରାନ୍ତ ବିଚାରଧିନ କଏଦୀଙ୍କ ମୄତ୍ୟୁ

କରୋନା ଆକ୍ରାନ୍ତ ବିଚାରଧିନ କଏଦୀଙ୍କ ମୄତ୍ୟୁ

ପଦ୍ମପୁର: ପଦ୍ମପୁର ଉପକାରାଗାରର ଜଣେ ବିଚାରଧିନ କଏଦୀଙ୍କ ମୄତ୍ୟୁ। କରୋନା ଆକ୍ରାନ୍ତ ହୋଇ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୄତ୍ୟୁ ହୋଇଥିବା ଜଣାପଡିଛି। ପାଇକମାଲ ଥାନା ଢେଙ୍କିମୁଣ୍ଡା ଗ୍ରାମର ଛତରାମ ଧନଓ୍ବର ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ ରୁ ପଦ୍ମପୁର ଉପକାରାଗାରେ ସେ ବିଚାରଧିନ କଏଦୀ ଭାବରେ ଥିଲେ । ଗତ ମେ ମାସ ୨୧ ତାରିଖ ଦିନ ପଦ୍ମପୁର ଉପକାରାଗାର ଅନ୍ତେବାସୀ ମାନଙ୍କ କରୋନା ପରୀକ୍ଷା କରାଗଲା ଏବଂ ସେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ୨୩ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା । ଗତକାଲି ସନ୍ଧ୍ୟା ପ୍ରାୟ ୭.୫୦ରେ ଚିକିତ୍ସା ଅବସ୍ଥାରେ ମୄତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking