34.1 C
Bhubaneswar
Wednesday, March 4, 2026
Homeଓଡିଶାନୂଆପଡ଼ା ପ୍ରତି ଅନ୍ୟାୟ ହେବାକୁ ଦିଆଯିବନି

ନୂଆପଡ଼ା ପ୍ରତି ଅନ୍ୟାୟ ହେବାକୁ ଦିଆଯିବନି

ଗାଁ’କୁ କାମ, ମା’ଙ୍କୁ ସମ୍ମାନ ପାଇଁ ଘରକୁ ଘର ବୁଲି ଭୋଟ୍ ମାଗିଲେ ସ୍ନେହାଙ୍ଗିନୀ ଛୁରିଆ
ନବୀନ ବାବୁଙ୍କ କାମକୁ ସବୁଠି ମିଳୁଛି ସ୍ୱୀକୃତି

ଭୁବନେଶ୍ୱର: ମା’ଙ୍କୁ ସମ୍ମାନ, ଗାଁକୁ କାମ ମିଳିବ । ଅଟକି ଯାଇଥିବା ମହିଳା ସଶକ୍ତିକରଣ ପୁଣି ଆଗକୁ ବଢିବ । ନୂଆପଡ଼ାବାସୀଙ୍କୁ ସେମାନଙ୍କ ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । ଚାଷୀଙ୍କ ପାଇଁ ଆମେ ସ୍ୱର ଉଠାଇବୁ । ମଙ୍ଗଳବାର ବିଜୁ ଜନତା ଦଳର ପ୍ରାର୍ଥୀନୀ ନୂଆପଡା ବ୍ଲକରେ ଜିଲ୍ଲାପରିଷଦ ଜୋନ୍-୮ର ୫ଟି ଗ୍ରାମପଞ୍ଚାୟତରେ ବିଜେଡି ସପକ୍ଷରେ ଭୋଟ ମାଗିବା ଅବସରରେ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି କୁଲିଆବନ୍ଧା, ଭାନପୁର, ବିରମୋଲ, ଜାମପାଣି ଓ ଗୋଦଫୁଲ୍ଲା ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିବା ଅବସରରେ ଲୋକଙ୍କ ଦ୍ୱାରା ବେଶ୍ ଆଦର ଓ ଆଶୀର୍ବାଦ ଲାଭ କରିଥିଲେ । ଏହି ଅବସରରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଶୁଣିଥିଲେ । ଅଞ୍ଚଳର ବିକାଶ ପାଇଁ କ’ଣ ଆବଶ୍ୟକ ପଚାରି ବୁଝିଥିଲେ । ନବୀନ ବାବୁଙ୍କ ସମୟରେ ହୋଇଥିବା ବିକାଶମୂଳକ କାମ ପାଇଁ ସେମାନେ ଏଥର ମଧ୍ୟ ବିଜେଡିକୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜେଡିର ବରିଷ୍ଠ ନେତା ଡ଼ ଅରୁଣ ସାହୁଙ୍କ ସହ ଦେବାଶିଷ ପଟ୍ଟନାୟକ, ବେଣୁଧର ପ୍ରଧାନ, ସାନନ୍ଦ ମାରାଣ୍ଡି, ପ୍ରଶାନ୍ତ ବେହେରା ଓ ସାରଦା ଜେନା ବିଜେଡିକୁ ଭୋଟ୍ ଦେଇ ନବୀନ ବାବୁଙ୍କ ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ । ଶ୍ରୀମତୀ ଛୁରିଆଙ୍କୁ ସ୍ଥାନୀୟ ଲୋକେ କୃଷି ଉତ୍ପାଦନ ବୃଦ୍ଧି ଓ ବିପଣନ ବୃଦ୍ଧି ସମ୍ପର୍କରେ ଜଣାଇବା ସହିତ ସହଯୋଗ କାମନା କରିଥିଲେ ।

ଏହି ପ୍ରଚାର ଅଭିଯାନରେ ଶ୍ରୀମତୀ ଛୁରିଆ କୁଲିଆବନ୍ଧା, ଭାନପୁର, ବିରମୋଲ, ଜାମପାଣି ଓ ଗୋଦଫୁଲ୍ଲା ଗ୍ରାମପଞ୍ଚାୟତର ଅନେକ ସ୍ଥାନୀୟ ଗ୍ରାମକୁ ଯାତ୍ରା କରି ବିଜେଡି ସରକାରଙ୍କ ସଫଳ ଗାଥା ଦୋହରାଇଥିଲେ । କୁଲିଆବନ୍ଧାରେ ସେ ବୋଥା, ଘେରେଣ୍ଡିହୀ, ସେନଭଟା, ଧନୋରା, କୁଲିଆବନ୍ଧା ଓ ଧୁମାଧତା ଗ୍ରାମଗୁଡ଼ିକୁ ଯାଇ ପ୍ରଚାର କରିଥିଲେ । ଭାନପୁରରେ ସେ ମାସାଙ୍କୁଣ୍ଡା, ଚୁହୁରା, ଚିଂଚୁଆନ, ରାଣିଦର୍ହା ଓ ଭାନପୁର, ବିରମୋଲରେ ବିରୋମାଲ ଓ ଦରଲିନୂଆପଡାରେ ସେ ପ୍ରଚାର କରିଥିଲେ । ସେହିପରି ଜାମପାଣିରେ ଚିଚିରିପାଣି, ତୋଙ୍ଗୋପାଣି, ଚିନ୍ଧିପାଣି ଓ ଜାମପାଣି ଗ୍ରାମରେ ପ୍ରଚାର କରିଥିଲେ । ଗୋଦଫୁଲ୍ଲାରେ ସେ ପାଗରପାଣି, ଜୁନାନୀ, ଗୋଦଫୁଲ୍ଲା ଓ ଭେରା ଗ୍ରାମକୁ ଯାଇ ଲୋକଙ୍କୁ ଭେଟିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking