17.1 C
Bhubaneswar
Sunday, February 8, 2026
Homeଓଡିଶାମହାପ୍ରଭୁଙ୍କ ଜମିରେ ଲାଗିଲା ସୂଚନାଫଳକ

ମହାପ୍ରଭୁଙ୍କ ଜମିରେ ଲାଗିଲା ସୂଚନାଫଳକ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ପ୍ଲଟିଂକରି ବେଆଇନ୍ ଭାବେ ବିକ୍ରି କରିବା ଘଟଣାରେ ଜବରଦଖଲକାରୀଙ୍କୁ ଲାଗିଛି ବଡ଼ ଝଟ୍‌କା। ଏହି ଜାଗାରେ ସିମେଣ୍ଟ ଖୁଣ୍ଟ ପୋତି ତାରବାଡ଼ ବୁଲାଇଯାଇଥିବା ଦେଖିବା ପରେ ଏଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ସୂଚନା ଫଳକ ଲଗାଯାଇଛି। ଏହି ଜମି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ୱ ଭୂସମ୍ପତ୍ତି ବୋଲି ସ୍ପଷ୍ଟକରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ‘ଏହା ଶ୍ରୀମନ୍ଦିରର ନିଜସ୍ୱ ଭୂସମ୍ପତ୍ତି ଏବଂ ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ’ ବୋଲି ସୂଚନାଫଳକରେ ଉଲ୍ଲେଖ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ର ୬ଟି ପ୍ଲଟ୍‌ର ପ୍ରାୟ ୫୦ ଡିସିମିଲ୍ ଜାଗାକୁ ତାରବାଡ଼ ବୁଲାଇ ଜବରଦଖଲ କରାଯାଇଥିଲା। କୁମ୍ଭାରପଡ଼ା ଥାନାରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରଶାସନ ଗତ ୨୯ ତାରିଖରେ କୁମ୍ଭାରପଡ଼ା ଥାନାରେ ଏନେଇ ଏତଲା ଦେଇଥିଲା। ଏହି ଜାଗା ପୂର୍ବରୁ ନେବଳ ଦାସ ମଠ ଅଧୀନରେ ଥିଲା। ମଠର ସେବା କରୁଥିବା ପରିବାର ଏଠାରେ ରହୁଥିଲେ। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking