30.1 C
Bhubaneswar
Thursday, February 12, 2026
Homeଓଡିଶା‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ: ଆକାଉଣ୍ଟକୁ ୧ ଟଙ୍କା...

‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ: ଆକାଉଣ୍ଟକୁ ୧ ଟଙ୍କା ଆସିନି

ଭୁବନେଶ୍ୱର: ଆକାଉଣ୍ଟକୁ ୧ ଟଙ୍କା ଆସିନି । ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଯିବା ଖବରକୁ ଖଣ୍ଡନ କଲା ବିଭାଗ । ସୋସିଆଲ୍ ମିଡିଆରେ ଚାଲିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦେଇଛି ବିଭାଗ । ଏପରି କୌଣସି ବ୍ୟବସ୍ଥା କରାଯାଇନଥିବା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଇବା ବ୍ୟବସ୍ଥା ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏପରି କିଛି ବ୍ୟବସ୍ଥା ଏଯାବତ୍ ଆରମ୍ଭ ହୋଇନି ବୋଲି ବିଭାଗ କହିଛି । ‘ସୁଭଦ୍ରା’ ର ଅଫିସିଆଲ ୱେବ୍‌ସାଇଟ୍‌କୁ ଅନୁସରଣ କରିବାକୁ ଅପିଲ୍ କରାଯାଇଛି । ଟୋଲ୍ ଫ୍ରି ନଂ ୧୪୬୭୮କୁ କଲ୍ କରିବାକୁ ସୂଚନା ଦେଲଶ ବିଭାଗ ।

ସୂଚନା ଅନୁଯାୟୀ, ଅକ୍ଟୋବର ୯ ରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସରକାର । ସୋମବାର ଯେଉଁ ହିତାଧିକାରୀମାନଙ୍କୁ ଖାତାକୁ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ଆସିବ ସେମାନଙ୍କ ଖାତାକୁ ସରକାର ଏକ ଟଙ୍କା ପଠାଇଛନ୍ତି । ତେବେ ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ । ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ୱାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking