30.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଫିଫା ସଭାପତି ଭାବେ ଇନ୍‌ଫାଣ୍ଟିନୋ ପୁନଃନିର୍ବାଚିତ

ଫିଫା ସଭାପତି ଭାବେ ଇନ୍‌ଫାଣ୍ଟିନୋ ପୁନଃନିର୍ବାଚିତ

କିଗାଲି : ରୱାଣ୍ଡାର କିଗାଲିଠାରେ ୭୩ତମ ଫିଫା କଂଗ୍ରେସ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଗାମୀ ୪ ବର୍ଷ ପାଇଁ ସଭାପତି ଭାବେ ଜିଆନି ଇନ୍‌ଫାଣ୍ଟିନୋ ନିଦ୍ୱର୍ନ୍ଦ୍ୱରେ ପୁନଃନିର୍ବାଚିତ ହୋଇଛନ୍ତି । ୫୨ ବର୍ଷୀୟ ସ୍ୱିଜରଲାଣ୍ଡ୍‌ର ଏହି ଆଇନଜୀବୀ ଜଣକ ଗତ ୨୦୧୬ରେ ସେପ୍ ବ୍ଲାଟର୍‌ଙ୍କ ସ୍ଥାନରେ ସଭାପତି ପଦ ଅଳଂକୃତ କରିଥିଲେ । ୪ ବର୍ଷ ତଳେ ୨୧୧ ଜଣ ସଦସ୍ୟଙ୍କ ମତାମତ ଅନୁସାରେ ଦ୍ୱିତୀୟ ଥର ପାଇଁ ଇନ୍‌ଫାଣ୍ଟିନୋ ଏହି ଆସନରେ ବସିଥିଲେ ।

ଗୁରୁବାର ତୃତୀୟ ଥର ପାଇଁ ସଭାପତି ପଦ ପାଇଁ ନିର୍ବାଚିତ ହେବା ପରେ ଆଗାମୀ ୪ ବର୍ଷରେ ଫିଫା ଆୟ ସାଢ଼େ ୭ ବିଲିଅନ୍ ସ୍ଥାନରେ ୧୧ ବିଲିଅନ୍‌ରେ ପହଞ୍ଚିବ ବୋଲି ଘୋଷଣା କରିଥିଲେ । ଏହି କଂଗ୍ରେସରେ ଆଗାମୀ ୨୦୨୬ ଫିଫା ପୁରୁଷ ବିଶ୍ୱକପ୍‌ରେ ୪୮ଟି ଟିମ୍‌କୁ ୧୬ଟି ଗ୍ରୁପ୍‌ରେ ନୁହେଁ, ବରଂ ୧୨ଟି ଗ୍ରୁପ୍‌ରେ ବିଭକ୍ତ କରାଯିବା ସକାଶେ ନିଷ୍ପତ୍ତି ହୋଇଥିଲା । ଏହାଛଡ଼ା ଆସନ୍ତା ୨୦୨୫ରୁ ପ୍ରତି ବର୍ଷ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ ବିଶ୍ୱକପ୍ ମଧ୍ୟ ପ୍ରତି ବର୍ଷ ଆୟୋଜିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ ଏଆଇଏଫ୍‌ଏଫ୍ ପକ୍ଷରୁ ସଭାପତି କଲ୍ୟାଣ ଚୌବେ, ମହାସଚିବ ଶାଜି ପ୍ରଭାକରନ୍ ଓ ଓଡ଼ିଶା ଫୁଟବଲ୍ ସଂଘ (ଫାଓ) ଯୁଗ୍ମ ସମ୍ପାଦକ ତଥା ଏଆଇଏଫ୍‌ଏଫ୍ କାର୍ଯନିର୍ବାହୀ କମିଟି ସଦସ୍ୟ ଅଭିଜିତ୍ ପାଲ୍ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking