16.1 C
Bhubaneswar
Tuesday, November 26, 2024
Homeଓଡିଶାକଳିଙ୍ଗନଗରର ଶିଳ୍ପ ପ୍ରତିଷ୍ଠାନ ଗୁଡିକ ପ୍ରଦ୍ୟୁଷଣ ଆଇନକୁ ଉଲଗ୍ନ କରୁଛନ୍ତି

କଳିଙ୍ଗନଗରର ଶିଳ୍ପ ପ୍ରତିଷ୍ଠାନ ଗୁଡିକ ପ୍ରଦ୍ୟୁଷଣ ଆଇନକୁ ଉଲଗ୍ନ କରୁଛନ୍ତି

ଯାଜପୁର : ଓଡିଶା ବିଧାନସଭା ପରିବେଶ ଉପ ଗୃହ କମିଟି ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ର ପରିବେଶ ସମ୍ପର୍କ ରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗ୍ରସ୍ତ ରେ ଆସିଥିଲେ l ଓଡିଶା ବିଧାନସଭା ପରିବେଶ ଗୃହ କମିଟି ର ଅଧ୍ୟକ୍ଷ ତଥା ବିରୋଧୀ ଦଳ ର ମୁଖ୍ୟ ସଚେତନ ମାନ୍ୟବର ବିଧାୟକ ମୋହନ ଚାରଣ ମାଝୀ ଙ୍କ ନେତୃତ୍ୱ ରେ ଡକ୍ଟର ସି.ଏସ ରାଜେନ ଏକ୍କା, ନାଉରି ନାୟକ ପ୍ରମୁଖ ତିନି ଜଣିଆ ଉପ କମିଟି କଳିଙ୍ଗନଗର ଶିଳ୍ପାଞ୍ଚଳ ଗ୍ରସ୍ତ କରି ବିଭିନ୍ନ କଳ କାରଖାନା ର ପରିବେଶ ସ୍ଥିତି ଅନୁଧ୍ୟାନ କରି ଥିଲେ ଭିସା ଷ୍ଟିଲ କାରଖାନା ଟାଟା ଷ୍ଟିଲ ଓ ମୈଥାନ ଇସ୍ପାତ କାରଖାନା ଗ୍ରସ୍ତ ସମୟ ରେ ପଦ୍ୟୁଷଣ ଜନିତ ଦୃଷ୍ଟି ନଜର କୁ ଆସି ଥିଲା l ଭିସା ଷ୍ଟିଲ ପ୍ଲାଣ୍ଟ ପଦ୍ୟୁଷଣ ନିମୟ କୁ ଅନୁପାଳନ କରୁ ନାହିଁ l

ପରିବେଶ ଆଇନ ଓ ସରକାର ସହ ହୋଇ ଥିବା ଚୁକ୍ତି କୁ ଅନୁପାଳନ କରୁ ନାହିଁ ସ୍ଥାନୀୟ ଲୋକ ମାନେ ଭିସା କାରଖାନା ଉପରେ ଅସନ୍ତୋଷ ବ୍ୟକ୍ତ କରି ଥିଲେ l ଭିସା ପ୍ଲାଣ୍ଟ ର ନିର୍ଗତ ବିଷାକ୍ତ ବାଷ୍ପ ଓ ନିର୍ଗତ ଦୂଷିତ ପାଣି ଗଣ୍ଡା ନାଳ ଓ ଚାଷ ଜମି ରେ ପ୍ରବେଶ କରି ଫସଲ ନଷ୍ଟ କରୁଛି ବୋଲି ଜାଣି ବାକୁ ପାଇ ଥିଲେ l ଶିଳ୍ପ କାରଖାନା ମାନଂକ.ରେ ପଦ୍ୟୁଷଣ ଯେପରି ନିୟଂତ୍ରଣ ରହିବା କଥା ସେ ପରି ତାହା ହେଉ ନାହିଁ l କଳିଙ୍ଗନଗର ଶିଳ୍ପାଞ୍ଚଳ ଗ୍ରସ୍ତ କରି ଯାଜପୁର ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷ ରେ ଏକ ସମୀକ୍ଷା ବୈଠକ କରା ଯାଇ ଥିଲା l

କମିଟି ର ଅଧ୍ୟକ୍ଷ ଶ୍ରୀ ମାଝୀ ଓ କମିଟି ର ସଦସ୍ୟ ମାନଂକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇ ଥିଲା l.ପରିବେଶ ସମ୍ପର୍କ ରେ ସମୀକ୍ଷା କରା ଯାଇ ଥିଲା l କମିଟି ର ଅଧ୍ୟକ୍ଷ ଶ୍ରୀ ମାଝୀ କହିଲେ ବିଗତ 10ବର୍ଷ ମଧ୍ୟ୍ୟ ରେ ଯେଉଁ ଶିଳ୍ପ କାରଖାନା ଗୁଡିକ ପଦ୍ୟୁଷଣ ଅନୁପାଳନ କରି ନାହାନ୍ତି ତାର ଉପସ୍ଥାପନା ତଥ୍ୟ ଦେବାପାଇଁ ଶ୍ରୀ ମାଝୀ ଜିଲ୍ଲା ପ୍ରଶାସନ କୁ କହିଥିଲେ l ପରିବେଶ ନିୟମ ଅନୁପାଳନ ଯେଉଁ ଶିଳ୍ପ ସଂସ୍ଥା ମଣୁ ନାହାନ୍ତି ଜିଲ୍ଲା ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କି ପଦ କ୍ଷେପ ନେଇ ଛନ୍ତି ସେ ସମ୍ପର୍କ ରେ କମିଟି ନିକଟରେ ଉପସ୍ଥାପନ କରିବାକୁ କହି ଥିଲେ l କାରଖାନା ଗୁଡିକ ପଦ୍ୟୁଷଣ ଜଳ ଯେପରି ଗଣ୍ଡା ନାକ ଓ ଶସ୍ୟ କ୍ଷେତ କୁ ନ ଯିବ ସେଥିପାଇଁ ଧ୍ୟାନ ଦେବା ପାଇଁ ନିର୍ଦେଶ ଦେଇ ଥିଲେ ପରିବେଶ ସମସ୍ତ ଆଇନ ଅନୁପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ କାରଖାନା ଗୁଡିକ ଦୂଷିତ ଜଳ ବର୍ଜ୍ୟ ବାସ୍ତୁ ଗୁଡିକୁ ଓ ଗଣ୍ଡା ନାଳ କୁ ନ ଛାଡିବା ପାଇଁ କମିଟି କଳ କାରଖାନା କର୍ତ୍ତୃ ପକ୍ଷ ଙ୍କୁ ନିର୍ଦେଶ ଦେଇ ଛନ୍ତି କଳିଙ୍ଗନଗର ରେ ପଦ୍ୟୁଷଣ ଅନୁପାଳନ କରା ନ ଯିବା ସମ୍ପର୍କ ରେ ବାଚସ୍ପତି ଙ୍କୁ ରିପୋର୍ଟ ଦେବେ ବୋଲି ବିଭିନ୍ନ ଗଣ ମାଦ୍ୟମ କୁ ସୂଚନା ଦେଇ ଥିଲେ l

ଏହି ବୈଠକ ରେ ଜିଲ୍ଲା ପାଳ ଚକ୍ରୱବତୀ ସିଂ ରାଠୋର ବିଭାଗୀୟ ବନ ଅଧିକାରୀ କଟକ ସଞ୍ଜୟ କୁମାର ସ୍ୱାଇଁ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର, ଅତି ରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ ଓ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଶିଳ୍ପ ନୁଷ୍ଠାନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking