27.1 C
Bhubaneswar
Saturday, October 19, 2024
Homeଖେଳଇଣ୍ଡୋନେସିଆ ଓପନ୍ : ତ୍ରୀଶା-ଗାୟତ୍ରୀଙ୍କ ଯୋଡ଼ି ବାଦ୍‌; ଦ୍ୱିତୀୟ ରାଉଣ୍ଡ୍‌ରେ ସିନ୍ଧୁ, ପ୍ରଣୟ

ଇଣ୍ଡୋନେସିଆ ଓପନ୍ : ତ୍ରୀଶା-ଗାୟତ୍ରୀଙ୍କ ଯୋଡ଼ି ବାଦ୍‌; ଦ୍ୱିତୀୟ ରାଉଣ୍ଡ୍‌ରେ ସିନ୍ଧୁ, ପ୍ରଣୟ

ଜାକର୍ତ୍ତା : ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ୱାର୍ଲ୍ଡ ଟୁର୍ ସୁପର୍ ୧୦୦୦ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରେ ଭାରତର ଷ୍ଟାର୍ ଶଟ୍‌ଲର୍ ପିଭି ସିନ୍ଧୁ ମଙ୍ଗଳବାର ଇଣ୍ଡୋନେସିଆର ଗ୍ରିଗୋରିୟା ମାରିସ୍କା ତୁଞ୍ଜୁଙ୍ଗ୍‌ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ଏଚ୍‌ଏସ୍ ପ୍ରଣୟ ମଧ୍ୟ ନିଜ ମ୍ୟାଚ୍ ଜିତି ପରବର୍ତ୍ତୀ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି ।

ତେବେ ତ୍ରୀଶା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଭାରତୀୟ ମହିଳା ଯୋଡ଼ିକୁ ପ୍ରଥମ ରାଉଣ୍ଡ୍‌ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି ।
ଗତ ଦୁଇଟି ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରୁ ବାହାର ହୋଇଥିବା ସିନ୍ଧୁ ଇଣ୍ଡୋନେସିଆ ଖେଳାଳିଙ୍କୁ ୩୮ ମିନିଟ୍ ଧରି ଚାଲିଥିବା ମ୍ୟାଚ୍‌ରେ ୨୧-୧୯, ୨୧-୧୫ ସିଧା ଗେମ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁଙ୍କର ଗ୍ରିଗୋରିଆଙ୍କ ବିପକ୍ଷରେ ଗତ ତିନିଟି ମ୍ୟାଚ୍‌ରେ ଏହା ପ୍ରଥମ ବିଜୟ ।

ପ୍ରଥମ ଗେମ୍‌ରେ ସିନ୍ଧୁଙ୍କ ବିପକ୍ଷରେ ଗ୍ରିଗୋରିଆ ଉନ୍ନତ ଆରମ୍ଭ କରି ୯-୭ରେ ଅଗ୍ରଣୀ ଲାଭ କରିଥିଲେ । ମାତ୍ର ଭାରତୀୟ ଖେଳାଳି ନିଜ ଉଚ୍ଚତାର ଲାଭ ଉଠାଇ କେତେକ ପଏଣ୍ଟ୍ ଯୋଗାଡ଼ କରିବା ସହିତ ଗ୍ରିଗୋରିଆଙ୍କ ତିନିଟି ତ୍ରୁଟି ଫଳରେ ବ୍ରେକ୍ ସୁଦ୍ଧା ୧୧-୧୦ର ଅଗ୍ରଣୀ ଲାଭ କରିବା ପରେ ଗେମ୍ ଜିତିବାରେ ସଫଳ ହୋଇଥିଲେ । ଦ୍ୱିତୀୟ ଗେମ୍‌ରେ ସିନ୍ଧୁ ଉନ୍ନତ ଲୟରେ ଥିବା ଦେଖିବାକୁ ମିଳିଥିଲା । ଗ୍ରିଗୋରିଆଙ୍କ ବିରୋଧରେ ସିନ୍ଧୁଙ୍କ ୧୦ ମ୍ୟାଚ୍‌ରେ ଏହା ଅଷ୍ଟମ୍ ବିଜୟ ହୋଇଥିବା ବେଳେ ଦୁଇଥର ତାଙ୍କୁ ପରାଜିତ ହେବାକୁ ପଡ଼ିଛି । ପରବର୍ତ୍ତୀ ରାଉଣ୍ଡ୍‌ରେ ସିନ୍ଧୁ ତୃତୀୟ ସିଡ୍ ତାଇୱାନ୍‌ର ତାଇ ଜୁ ୟିଙ୍ଗ୍‌ଙ୍କୁ ଭେଟିବେ ।

ଗତ ଆଠଟି ମ୍ୟାଚ୍‌ରେ ସିନ୍ଧୁଙ୍କ ବିରୋଧରେ ୟିଙ୍ଗ୍ ଲଗାତାର ବିଜୟ ହାସଲ କରିଥିବା ବେଳେ ଭାରତୀୟ ଖେଳାଳିଙ୍କ ବିରୋଧରେ ତାଙ୍କ ବିଜୟ ରେକର୍ଡ ୧୮-୫ ରହିଛି । ସେହିପରି ପୁରୁଷ ସିଙ୍ଗଲ୍ସରେ ଫର୍ମରେ ଥିବା ଏଚ୍‌ଏସ୍ ପ୍ରଣୟ ଜାପାନର କେଣ୍ଟା ନିଶିମାଟୋଙ୍କୁ ୫୦ ମିନିଟ୍‌ର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୨୧-୧୬, ୨୧-୧୪ ସିଧା ଗେମ୍‌ରେ ହରାଇ ଦେଇଛନ୍ତି ।

ଗତ ମାସରେ ମାଲେସିଆ ମାଷ୍ଟର୍ସ ସୁପର୍ ୩୦୦ ଟାଇଟଲ୍ ଜିତିଥିବା ସପ୍ତମ ସିଡ୍ ପ୍ରଣୟ ପରବର୍ତ୍ତା ରାଉଣ୍ଡ୍‌ରେ ହଂକଂର ଏନ୍‌ଜି କା ଲଙ୍ଗ୍ ଏଙ୍ଗସ୍‌ଙ୍କୁ ଭେଟିବେ ।

ଡବଲ୍ସରେ ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଜାପାନର ରଙ୍ଗ୍ ଇଭାନାଗା ଏବଂ କେଇ ନାକାନିଶିଙ୍କ ଠାରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍ ପଦକ ବିଜେତା ଭାରତୀୟ ଯୋଡ଼ି ଏକ ଘଣ୍ଟା ୧୨ ମିନିଟ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨୨-୧୦, ୧୨-୨୧, ୧୬ା୨୧ରେ ପରାଜିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking