21.1 C
Bhubaneswar
Monday, February 2, 2026
Homeଓଡିଶାଇଣ୍ଡୋକ୍ରିପ୍ଟ ୨୦୨୫: ଆଇଆଇଆଇଟି-ଭୁବନେଶ୍ୱରରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ବିଷୟରେ ଚାରିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭ

ଇଣ୍ଡୋକ୍ରିପ୍ଟ ୨୦୨୫: ଆଇଆଇଆଇଟି-ଭୁବନେଶ୍ୱରରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ବିଷୟରେ ଚାରିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ‘ଇଣ୍ଡୋକ୍ରିପ୍ଟ’ ୨୦୨୫ ଉଦଘାଟିତ ହୋଇଛି । ଏହି ଚାରିଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ଉପରେ ଆଲୋଚନା ହେବ। ଏହି ସମ୍ମିଳନୀରେ ବିଶ୍ୱରୁ ଆସିଥିବା ପ୍ରମୁଖ ଗବେଷକ, ଶିକ୍ଷାବିଦ୍, ଶିଳ୍ପ ନିପୁଣ ଓ ନୀତିନିର୍ଦ୍ଦେଶକ ମାନେ ଯୋଗଦେବେ। ଏହି ସମ୍ମିଳନୀ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । ଏହା ରାଜ୍ୟର ଡିଜିଟାଲ୍ ପରିବର୍ତ୍ତନ, ଆଇନଗତ ଢାଞ୍ଚା ଓ ଉନ୍ନତ ପ୍ରଯୁକ୍ତିରେ କୌଶଳ ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରେ ବୋଲି ସେ କହିଥିଲେ । ଡିଜିଟାଲ୍ ସେବା, କ୍ଲାଉଡ୍ କମ୍ପ୍ୟୁଟିଂ, ଫିନ୍‌ଟେକ୍, ଇ-ଶାସନ, ବ୍ଲକ୍‌ଚେନ୍ ଓ ପୋଷ୍ଟ-କ୍ୱାଣ୍ଟମ୍ କମ୍ପ୍ୟୁଟିଂ ପରି ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଗୁଡ଼ିକର ବିସ୍ତାର ସହିତ କ୍ରିପ୍ଟୋଗ୍ରାଫି ତଥ୍ୟର ଗୋପନୀୟତା, ସୁରକ୍ଷିତ ସଂପ୍ରେଷଣ ଓ ଜାତୀୟ ସାଇବର ସୁରକ୍ଷାରେ କେନ୍ଦ୍ରୀୟ ଭୂମିକା ନେଇଛି। ଏହି ସମ୍ମିଳନୀ ଡିଜିଟାଲ୍ ବିଶ୍ୱକୁ ସୁରକ୍ଷିତ କରିବା ପାଇଁ ଆଧୁନିକ ଗବେଷଣା,ଚ୍ୟାଲେଞ୍ଜ ଓ ଭବିଷ୍ୟତ ଦିଗଗୁଡ଼ିକୁ ଆଲୋଚନା କରିବାରେ ଏକ ମୁଖ୍ୟ ମଞ୍ଚ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ସମ୍ମିଳନୀର ପ୍ରଥମ ଦିନରେ ବିଶ୍ୱପ୍ରସିଦ୍ଧ ବିଶେଷଜ୍ଞମାନଙ୍କ ଦ୍ୱାରା ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରାୟୋଗିକ ସେସନ୍ ଆୟୋଜିତ ହୋଇଥିଲା। ପ୍ରଫେସର ପାଣ୍ଟେଲିମନ୍ ଷ୍ଟାନିକା (ନାଭାଲ୍ ପୋଷ୍ଟଗ୍ରାଜୁଏଟ୍ ସ୍କୁଲ୍, ଯୁକ୍ତରାଷ୍ଟ୍ର), ପ୍ରଫେସର ସୁଗତା ଗାଙ୍ଗୋପାଧ୍ୟାୟ (ଆଇଆଇଟି ରୁର୍କି), ଓ ଡା. ଲୁକା ଡି ଫେଓ (ଆଇବିଏମ୍ ରିସର୍ଚ୍ଚ, ୟୁରୋପ୍) ଯୋଗ ଦେଇଥିଲେ । ସେମାନେ ନିଜର ସମ୍ପ୍ରତିକ ଗବେଷଣା ଅନୁଭବ ଉପରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଶିକ୍ଷା, ଶିଳ୍ପ ଓ ସରକାରଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ସହ ଇଣ୍ଡୋକ୍ରିପ୍ଟ ନୀତିଗତ ସୁଧାର, ସୁରକ୍ଷିତ ଡିଜିଟାଲ୍ ପ୍ରାଣାଳୀ ଓ ନବୀନତା-ଚାଳିତ ବିକାଶରେ ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି। ଏହି ସମ୍ମିଳନୀ ବିଶ୍ୱ ସାଇବର ସୁରକ୍ଷା ଗବେଷଣାରେ ଭାରତର ସ୍ଥାନକୁ ଶକ୍ତିଶାଳୀ କରିବା ସହିତ, ଆଧୁନିକ ଡିଜିଟାଲ୍ ଯୁଗର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବାରେ ଏକ ପ୍ରମୁଖ ଭୂମିକା ନେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking