ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ନିଜ ରାକିଂରେ ସୁଧାର ଆଣିଛି । ଅକ୍ଟୋବରରେ ସବୁଠାରୁ ବ୍ୟସ୍ତ ବିମାନବନ୍ଦର ରୂପେ ଆଇଜିଆଇ ଏୟାରପୋର୍ଟ ୧୦ମ ସ୍ଥାନ ହାସଲ କରିଛି । ବୈଶିକ ଯାତ୍ରା ସମ୍ବନ୍ଧିତ ଆକଳନ ଉପଲବ୍ଧ କରାଉଥିବା ସଂସ୍ଥା ଅଫିସିଆଲ୍ ଏୟାରଲାଇନ୍ ଗାଇଡ୍ ନିଜ ରିପୋର୍ଟରେ ଏହି ସୂଚନା ଦେଇଛି । ରିପୋର୍ଟରେ କୁହାଯାଇଛି କି ‘ଦିଲ୍ଲୀର ବିମାନବନ୍ଦର କୋଭିଡ୍ ୧୯ ମହାମାରୀ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୨୦୧୯ରେ ୧୪ ନମ୍ବର ସ୍ଥାନରେ ଥିଲା ।’
ହାର୍ଟସଫିଲ୍ଡ ଜ୍ୟାକସନର ଅଟଲାଣ୍ଟା ଅନ୍ତର୍ଜାତୀୟ ବିମାନବନ୍ଦର ଅକ୍ଟୋବରରେ ସବୁଠାରୁ ବ୍ୟସ୍ତ ବିମାନବନ୍ଦର ରହିଛି । ଏହା ପରେ ଦୁବାଇ ଏବଂ ଟୋକ୍ୟ ହନେଡା ବିମାନବନ୍ଦର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ରିପୋର୍ଟରେ ୬ଷ୍ଠ ସ୍ଥାନରେ ଲଣ୍ଡନ ହିଥ୍ରୋ ବିମାନବନ୍ଦର ରହିଛି । ଏହା ପରେ ସପ୍ତମ ସ୍ଥାନରେ ଶିକାଗୋ ଓ’ହାରେ’ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର ନବମ ସ୍ଥାନରେ ରହିଛି । ଓଏଜିର ରାକିଂ ଚଳିତବର୍ଷ ଅକ୍ଟୋବର ଏବଂ ଅକ୍ଟୋବର ୨୦୧୯ରେ ନିର୍ଦ୍ଧାରିତ ଏୟାରଲାଇନ୍ କ୍ଷମତାର ତୁଳନା ଆଧାରରେ ଜାରି କରାଯାଇଛି ।