20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶନେଦରଲ୍ୟାଣ୍ଡକୁ ଭାରତର କଡା ଜବାବ

ନେଦରଲ୍ୟାଣ୍ଡକୁ ଭାରତର କଡା ଜବାବ

ନ୍ୟୁୟର୍କ : ମିଳିତ ଜାତିସଂଘ  ରେ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭାରତ କରିଛି ତୀବ୍ର ଭର୍ତ୍ସନା । ଜାତିସଂଘରେ ରୁଷ୍-ୟୁକ୍ରେନ ଯୁଦ୍ଧ ଉପରେ ହେଉଥିବା ଭୋଟିଂରେ ଭାରତ ଅନୁପସ୍ଥିତ ରହିଥିଲା। ଏହାକୁ ନେଇ ବ୍ରିଟେନରେ ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତ କାରେଲ ଭାନ ଓଷ୍ଟେରମ ଭାରତର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। କ’ଣ କରାଯିବ, ନ କରାଯିବ ତାହା ଆପଣ ଭାରତକୁ କୁହନ୍ତୁ ନାହିଁ। ଭାରତକୁ କାହାର ପରାମର୍ଶର ଆବଶ୍ୟକତା ନାହିଁ। କ’ଣ କରାଯିବ ତାହା ଆମେ ଜାଣିଛୁ ବୋଲି ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି। ସେ ଟ୍ବିଟ କରି କହିଥିଲେ ଯେ ଭାରତ ସାଧାରଣ ପରିଷଦ ରେ ଅନୁପସ୍ଥିତ ରହିବା ପରିବର୍ତ୍ତେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ଏହାର ଜବାବରେ ତିରୁମୂର୍ତ୍ତି ଓଷ୍ଟେରମଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ତିରୁମୂର୍ତ୍ତି ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପୂର୍ବରୁ ଟ୍ବିଟରରେ ନିଜ ଆନୁଷ୍ଠାନିକ ବିବୃତ୍ତି ଜାରି କରି କହିଥିଲେ ଯେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ଲାଗି ଭାରତ ରୁଷ-ୟୁକ୍ରେନକୁ ଅନୁରୋଧ କରୁଛି। ବୁଚାରେ ନିରୀହ ନାଗରିକଙ୍କ ହତ୍ୟାକୁ ଭାରତ ତୀବ୍ର ନିନ୍ଦା କରିବା ସହିତ ନିରପେକ୍ଷ ତଦନ୍ତ ଦାବି କରୁଛି। ଏହି ଯୁଦ୍ଧ କେହି ଜିତିବେ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking