27.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଟଙ୍କା ପାଇଁ ପାକିସ୍ତାନକୁ ଶେୟାର କଲେ ଭାରତର ଗୁପ୍ତ ତଥ୍ୟ

ଟଙ୍କା ପାଇଁ ପାକିସ୍ତାନକୁ ଶେୟାର କଲେ ଭାରତର ଗୁପ୍ତ ତଥ୍ୟ

ଭୁବନେଶ୍ୱର: ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ପାକିସ୍ତାନୀ ଏଜେଣ୍ଟକୁ ଭାରତରୁ ବହୁ ସଙ୍ଗୀନ ତଥ୍ୟ ସବୁ ହସ୍ତାନ୍ତର କରାଯାଇଛି । ଓଟିପି ଶେୟାରିଂ ମାମଲାର ଖୋଳତାଡ଼ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍ ହୁସେନ୍ ସମସ୍ତ ତଥ୍ୟ ଏସ୍‌ଟିଏଫ୍ ଆଗରେ ଓଗାଳିଛି । ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ଅଧିକ ତଥ୍ୟ ପାଇଛି ଏସ୍‌ଟିଏଫ୍ । ଗୁପ୍ତ ସୂଚନା ଦେବାକୁ ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଇକବାଲ୍ ୮୫ ଲକ୍ଷ ଆଣିଥିବା ସ୍ୱୀକାର କରିଛି ।

ଅଭିଯୁକ୍ତ ଇକବାଲର ଆକାଉଣ୍ଟକୁ ପାକିସ୍ତାନରୁ ଏହି ଟଙ୍କା ଆସିଥିଲା । ଏସ୍‌ଟିଏଫ୍ ହାତରେ ଅଭିଯୁକ୍ତର ସିଡ଼ିଆର ରିପୋର୍ଟ ଲାଗିଛି । ପାକିସ୍ତାନ ଏଜେଣ୍ଟଙ୍କୁ ଗୋଟିଏ ଦିନରେ ୧୦ରୁ ଅଧିକ କଲ୍‌? ଅଭିଯୁକ୍ତ କରୁଥିଲା । ଏହି କଲ୍ ପାଇଁ ପ୍ରତ୍ୟେକ ଦିନ ଫୋନ ଓ ସିମ୍ ବଦଳାଉଥିଲା । ଇକବାଲ୍ ହୁସେନ ଘର ଆସାମରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ରହୁଥିଲା । ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ୍‌ଙ୍କ ସହ ଲିଙ୍କ୍ ନେଇ ସନ୍ଦେହ କରୁଛି ଏସ୍‌ଟିଏଫ୍ । ପଠାଣି ଓ ଅଭିଜିତ ସଞ୍ଜୟକୁ ଗିରଫ ପରେ ଇକବାଲ୍ ଅନ୍ୟତ୍ର ଫେରାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking