15.1 C
Bhubaneswar
Thursday, January 15, 2026
Homeଖେଳଭାରତର ସ୍କୋର ୩୫୬ ରନ୍‌

ଭାରତର ସ୍କୋର ୩୫୬ ରନ୍‌

ଅହମ୍ମଦାବାଦ: ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୩୫୭ ରନ୍‌ର ଟାର୍ଗେଟ ଦେଇଛି। ଇଂଲଣ୍ଡ ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫୦ ଓଭରରେ ୩୫୬ ରନରେ ଅଲଆଉଟ ହୋଇଯାଇଥିଲା। ଶୁଭମନ ଗିଲ (୧୦୨ ବଲ୍ ରୁ ୧୧୨ ରନ୍) ଶତକ ହାସଲ କରିଥିଲେ। ବିରାଟ କୋହଲି ୫୨, ଶ୍ରେୟସ ଆୟର ୭୮ ଏବଂ କେଏଲ ରାହୁଲ ୪୦ ରନ୍ କରି ସ୍କୋରକୁ ୩୫୦ ଅତିକ୍ରମ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ୪ଟି ୱିକେଟ ନେଇଥିଲେ। ମାର୍କ ଉଡ୍ ୨ଟି ୱିକେଟ୍ ନେଇଥିଲେ। ଗସ୍ ଆଟକିନସନ୍, ସାକିବ୍ ମହମୁଦ ଏବଂ ଜୋ ରୁଟ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଲେ। ଭାରତ ତୃତୀୟ ଦିନିକିଆ ମ୍ୟାଚ ସିରିଜରେ ୨-୦ ରେ ଆଗୁଆ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking