18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପାକ୍ ଜେଲରେ ୬୦୯ ଭାରତୀୟ ବନ୍ଦୀ, ଖଲାସ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଭାରତର ପ୍ରସ୍ତାବ

ପାକ୍ ଜେଲରେ ୬୦୯ ଭାରତୀୟ ବନ୍ଦୀ, ଖଲାସ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ : ପାକିସ୍ତାନର ବିଭିନ୍ନ ଜେଲରେ ସରକାରୀଭାବେ ମୋଟ ୬୦୯ ଭାରତୀୟ ବନ୍ଦୀ ରହିଛନ୍ତି । ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଳିଥିବା ଏକ ରିପୋର୍ଟରୁ  ଏହା ଜଣାପଡିଛି । ଏମାନଙ୍କ ମଧ୍ୟରେ ୫୫୮ ଜଣ ମତ୍ସ୍ୟଜୀବୀ ହୋଇଥିବାବେଳେ ଅବଶିଷ୍ଟ ୫୧ ହେଉଛନ୍ତି ସାଧାରଣ ନାଗରିକ । ଭାରତୀୟ ମତ୍ସ୍ୟଜୀବୀମାନେ ଆରବ ସାଗରରେ ମାଛ ଧରୁଥିବାବେଳେ ଭୁଲବଶତଃ ପାକିସ୍ତାନ ଜଳରାଶିକୁ ପ୍ରବେଶ କରିବାପରେ ଗିରଫ ହୋଇଛନ୍ତି । ଅପରପକ୍ଷରେ ସାଧାରଣ ନାଗରିକ ଆନ୍ତର୍ଜାତିକ ସୀମାରୁ ପାକ୍ ସୈନ୍ୟଙ୍କ ଦ୍ୱାରା ଗିରଫ ହୋଇ ଜେଲରେ କଏଦୀ ଜୀବନ ବିତାଉଛନ୍ତି ।

ଏମାନଙ୍କର ଖଲାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ ପ୍ରସ୍ତାବ ଦିଆଯାଇଛି । ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ କଏଦୀଙ୍କ ତାଲିକା ପ୍ରଦାନ କରାଯାଇଛିି । ତଦନୁଯାୟୀ ବର୍ତ୍ତମାନ ଭାରତର ବିଭିନ୍ନ ଜେଲରେ ମୋଟ ୩୪୫ ପାକିସ୍ତାନୀ ବନ୍ଦୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭୪ ମତ୍ସ୍ୟଜୀବୀ ହୋଇଥିବାବେଳେ ୨୭୧ ହେଉଛନ୍ତି ସାଧାରଣ ନାଗରିକ । ୨୦୦୮ରେ ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ଭାରତ ଓ ପାକିସ୍ତାନ ପ୍ରତିବର୍ଷ ଜେଲରେ ଥିବା କଏଦୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking