18.1 C
Bhubaneswar
Wednesday, February 4, 2026
Homeଖେଳଭାରତର ଲଜ୍ଜାଜନକ ପରାଜୟ

ଭାରତର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ଗୌହାଟୀ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ। ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ୍ ସହ ସିରିଜ୍ ହାରିଲା ଭାରତ। ୪୦୮ ରନ୍‌ରେ ବଡ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା। ୨-୦ରେ ସିରିଜ୍ ପୋଛି ନେଲା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା। ଏହା ପୂର୍ବରୁ କୋଲକାତା ଟେଷ୍ଟରେ ଦଳ ଭାରତକୁ ୩୦ ରନରେ ପରାସ୍ତ କରିଥିଲା। ଏହା ୨୫ ବର୍ଷ ମଧ୍ୟରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ପ୍ରଥମ କ୍ଲିନ୍ ସୁଇପ୍। ଏହା ପୂର୍ବରୁ ସେମାନେ ୨୦୦୦ ମସିହାରେ ଦୁଇ ଟେଷ୍ଟ ସିରିଜରେ ଭାରତକୁ ୨-୦ରେ ପରାସ୍ତ କରିଥିଲେ। ବୁଧବାର ବରସାପାରା ଷ୍ଟାଡିୟମରେ ଭାରତ ସମ୍ମୁରେ ୫୪୯ ରନର ଟାର୍ଗେଟ ଥିଲା କିନ୍ତୁ ଭାରତ ୧୪୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫୪ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସାଇମନ ହାର୍ମର ସର୍ବାଧିକ ୬ଟି ୱିକେଟ ନେଇଥିଲେ। ମଙ୍ଗଳବାର ଚତୁର୍ଥ ଦିନ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୨୬୦/୫ କରିଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମ ଇନିଂସରେ ୪୮୯ ରନ୍ କରିଥିଲା। ଭାରତ ତା’ର ପ୍ରଥମ ଇନିଂସରେ ୨୦୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ମାତ୍ର ୧୪୦ରେ ସରେଣ୍ଡର କଲେ ଭାରତୀୟ ବ୍ୟାଟର। ଫଳରେ ଭାରତକୁ ୪୦୮ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking